୧୫ କିଲୋଗ୍ରାମ ଗଞ୍ଜେଇ ସହିତ ମୋଟର ସାଇକେଲ ଜବତ, ୨ ଗିରଫ 

ଭଦ୍ରକ: ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ  ନିର୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ନିକଟରେ ଚଢ଼lଉ  କରାଯାଇ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲ(ଓଡି-୨୨କ୍ୟୁ-୪୨୩୯) ରୁ ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଏଥିସହିତ ଏଥିରେ ସଂପୃକ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା  ଅନ୍ତର୍ଗତ ନଳାଙ୍ଗ ଗ୍ରାମର ସୁକାନ୍ତ ଚୌଧୁରୀ  ଓ ଆର.ଏନ.ବେତଡା ଗ୍ରାମର ରତ୍ନାକର ପଣ୍ଡାଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ  ୧ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢାଉରେ ଏସ୍‌.ଆଇ ବ୍ରଜମୋହନ ମଲ୍ଲିକ, ଏ.ଏସ୍‌.ଆଇ ଭବେଶ ଦାସ, ଦୀପକ ରାଉତ , କନେଷ୍ଟବଳ ପ୍ରଦୀପ ମଲ୍ଲିକ,ରମେଶ ନାୟକ, ଅଜିତ କୁମାର ସିଙ୍କୁ, ମିଥୁନ ଜେନା, ରଶ୍ମିରେଖା ଜେନା, ସଂଧ୍ୟାରାଣୀ ସେନାପତି ପ୍ରଭୃତି ଷ୍ଟାଫ  ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ କେସ ନଂ: ୧୧/୨୦୨୧-୨୨ ମୂଳେ ମାମଲା ରୁଜ୍ଜୁ କରାଯାଇଛି

ସମ୍ବନ୍ଧିତ ଖବର