ଋଣ ଦୁର୍ନୀତି ମାମଲାରେ ଏସବିଆଇର ପୂର୍ବତନ ଅଧ୍ୟକ୍ଷ ଗିରଫ

ନୂଆଦିଲ୍ଲୀ: ଋଣ ଦୁର୍ନୀତି ମାମଲାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ଜୈସଲମେର ପୁଲିସ ତାଙ୍କୁ ଦିଲ୍ଲୀ ବାସଭବନରୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁପ ୨୦୦୮ରେ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲା | ଋଣ ନେବା ବଦଳରେ ଗୋଦାବନ ଗ୍ରୁପ ପକ୍ଷରୁ ସମ୍ପତ୍ତିକୁ ବନ୍ଧକ ରଖାଯାଇଥିଲା | ତେବେ ଏହି ଗ୍ରୁପ ଠିକ୍ ସମୟରେ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲା, ଏହି କାରଣରୁ ସମ୍ପତ୍ତିକୁ ବ୍ୟାଙ୍କ ଦ୍ୱାରା ଜବତ କରାଯାଇଥିଲା |

ରିପୋର୍ଟ ଅନୁଯାୟୀ, ପ୍ରତୀପ ଚୌଧୁରୀ ୨୦୦ କୋଟି ଟଙ୍କାର ସମ୍ପତ୍ତି ୨୫ ​​କୋଟିରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଏହି ସମ୍ପତ୍ତି ଗୋଦାବନ ଗ୍ରୁପର ଥିଲା | ଗୋଦାବନ ଗ୍ରୁପର ଅଭିଯୋଗ ମୁତାବକ ପ୍ରତୀପ ଚୌଧୁରୀ ଏହି ସମ୍ପତ୍ତିକୁ ବଜାର ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ କରିଥିଲା । ଆଉ ପୁଲିସର ତଦନ୍ତରେ ଜଣାପଡିଥିଲା ଯେ ପ୍ରତୀପ ଚୌଧୁରୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୧୭ ମସିହାରେ ଆଲକେମିଷ୍ଟ ଆସିଟ୍ କମ୍ପାନୀ (ଆର୍ସି)କୁ ବିକ୍ରି କରିଥିଲେ ।

ତେବେ ଏହି ସମ୍ପତ୍ତିର ମୂଲ୍ୟ ୧୬୦ କୋଟି ଟଙ୍କା ଥିଲା। ବର୍ତ୍ତମାନ ଏହାର ମୂଲ୍ୟ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି। ସମ୍ପତ୍ତି କମ୍ ମୂଲ୍ୟରେ ବିକ୍ରି ହେବା ପରେ ଗୋଦାବନ ଗ୍ରୁପ ପକ୍ଷରୁ ଅଭିଯୋଗ କରାଯାଇଥିଲା | ସୂଚନା ଥାଉ କି ଅବସର ପରେ ପ୍ରତୀକ ଚୌଧୁରୀଙ୍କୁ ଆଲକେମିଷ୍ଟ ଆସିଟ୍ କମ୍ପାନୀ (ଆର୍ସି) ର ନିର୍ଦ୍ଦେଶକ କରାଯାଇଥିଲା।

ସମ୍ବନ୍ଧିତ ଖବର