ଭୁବନେଶ୍ବରରେ ଅଡିର ପ୍ରି-ଓନ୍‌ଡ କାର୍‌ ସୋ’ରୁମ୍‌

ଭୁବନେଶ୍ବର: ଅଡି ପକ୍ଷରୁ ଭୁବନେଶ୍ବରରେ ଏକ ପ୍ରି-ଓନ୍‌ଡ ଲକ୍‌ଜୁରି କାର୍‌ ସୋ’ରୁମ୍ ଖୋଲାଯାଇଛି। ଏହ‌ାକୁ ୪୫୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ସ୍ଥାପନ କରାଯାଇଛି ଯାହା ଭୁବନେଶ୍ବର ଓ ଏହାର ଆଖାପାଖ ଅଞ୍ଚଳରେ ପ୍ରି-ଓନ୍‌ଡ ଅଡି କାର୍‌କୁ ନେଇ ବଢ଼ୁଥିବା ଚାହିଦା ପୂରଣ କରିବ। ଏହି ଅବସରରେ ଅଡି ଭୁବନେଶ୍ବରର ପ୍ରିନ୍‌ସିପାଲ୍ ଡିଲର୍‌ ଦେବଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ ଅଡି ସହିତ ଆମର ସହଯୋଗିତା ବହୁଦିନର ଓ ଫଳପ୍ରଦ ମଧ୍ୟ। ପ୍ରି-ଓନ୍‌ଡ କାର୍ ସୋ’ରୁମ୍ ଖୋଲି ଆମେ ଏହି ସମ୍ପର୍କକୁ ଆଗକୁ ବଢ଼ାଇଛୁ ଏବଂ ଏହି ଅଞ୍ଚଳର ଗ୍ରାହକଙ୍କୁ ସେବା ପ୍ରଦାନ କରିବାକୁ ଚାହିରହିଛୁ।

ଅଡି ଇଣ୍ଡିଆର ମୁଖ୍ୟ ବଲବୀର ସିଂହ ଢିଲୋନ୍ କହିଛନ୍ତି ଯେ ଭୁବନେଶ୍ବରରେ ପ୍ରି-ଓନ୍‌ଡ କାର୍‌ର ଚାହିଦା ବଢ଼ିବାରେ ଲାଗିଛି। ସେହି ଚାହିଦା ପୂରଣ କରିବା ଲାଗି ଆମେ ପ୍ରି-ଓନ୍‌ଡ କାର୍‌ ସୋ’ରୁମ୍ ଖୋଲିଛୁ। ସାର୍ଟିଫାଏଡ୍‌ ପ୍ରି-ଓନ୍‌ଡ କାର୍ ଉପରେ ଅଡି ପକ୍ଷରୁ ୨ ବର୍ଷର ଅସୀମିତ କିଲୋମିଟର ୱାରେଣ୍ଟି ପ୍ରଦାନ କରୁଛି। କଂପାନି ପକ୍ଷରୁ କାର୍‌ର ୩୦୦ରୁ ଅଧିକ ସ୍ଥାନ ଯାଞ୍ଚ କରାଯାଉଛି ଏବଂ ସଡ଼କରେ ସମ୍ପୂର୍ଣ୍ଣ ପରୀକ୍ଷଣ କରାଯାଉଛି। କଂପାନି ସହଜ ଫାଇନାନ୍ସ ଓ ବୀମା ସୁବିଧା ମଧ୍ୟ ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର