ଗୁରୁଗ୍ରାମରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୨ ମୃତ

ନୂଆଦିଲ୍ଲୀ: ଗୁରୁଗ୍ରାମର ସେକ୍ଟରସ୍ଥିତ ୧୦୯ରେ ନିର୍ମାଣଧୀନ ଛାତ ଭୁଶୁଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ  ୬ ଜଣରୁ ଅଧିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଭୁଶୁଡି ପଡିଥିବା ଭଗ୍ନାବଶେଷ ତଳେ କେତେ ଜଣ ଫସି ରହିଛନ୍ତି ଜଣା ପଡିନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଚାରିଟି ପରିବାର ଭଗ୍ନାବଶେଷ ତଳେ ଚାପି ରହିଛନ୍ତି ବୋଲି ସୂଚନା ମିଳିଛି। ଚିନ୍ତଲ ପାରାଡିସ୍କୋ ନାମକ ଆପାର୍ଟମେଣ୍ଟର ଷଷ୍ଠ ମହଲାରେ ନିର୍ମାଣ କାର୍ଯ୍ୟ ଚାଲୁଥିଲା।

ଏସଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚିଯାଇଛି। ଦୁର୍ଘଟଣାର ସମ୍ମୁୁଖୀନ ହୋଇଥିବା ପରିବାରର ଲୋକେ ବାହାରକୁ ଯାଇଥିଲେ ଓ ସେମାନେ ଆଜି ଫେରିଥିଲେ। ସ୍ଵାମୀ -ସ୍ତ୍ରୀ ଡ୍ରଇଁ ରୁମରେ ବସିଥିବା ବେଳେ ମହିଳାଙ୍କ ଭଉଣୀ ଶୌଚାଳୟ ଯାଇଥିଲେ। ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏସଡିଆରଫ୍ ଓ ଏନଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ସେ ସୂଚନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର