ସପ୍ତାହରେ ଗଲାଣି ୨ ହଜାର ଚାଲାଣ: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଅଡ଼ୁଆ ବଢ଼ୁଛି

କ୍ୟାମେରାରୁ ସିଧା ମୋବାଇଲକୁ ଯାଉଛି ଏସ୍‌ଏମ୍‌ଏସ୍‌

ଭୁବନେଶ୍ବର: ରାଜଧାନୀର ୧୩ଟି ପ୍ରମୁଖ ସ୍ଥାନରେ ସ୍ମାର୍ଟ ସିଟି ପକ୍ଷରୁ ଅତ୍ୟାଧୁନିକ କ୍ୟାମେରା ଖଞ୍ଜାଯାଇଛି। ସେଠାରେ ଟ୍ରାଫିକ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଓ ମୋବାଇଲ ଫୋନରେ କଥାବାର୍ତ୍ତା ହୋଇ ଯାଉଥିବା ଗାଡ଼ି ଚାଳକଙ୍କ ପାଖକୁ ସିଧାସଳଖ ଚାଲାଣ ଯାଉଛି।

ଉଲ୍ଲଂଘନକାରୀଙ୍କ ନମ୍ବର କ୍ୟାମେରାରେ କଏଦ ହେବା ସହ ଉଲ୍ଲଂଘନକାରୀଙ୍କ ମୋବାଇଲ ଫୋନକୁ ଏସ୍‌ଏମ୍‌ଏସ୍ ଜରିଆରେ ଚାଲାଣ ପହଞ୍ଚି ଯାଉଛି। ପ୍ରତିଦିନ ପ୍ରାୟ ୨ ଶହରୁ ୩ ଶହ ଚାଲାଣ ଯାଉଥିବା ଜଣାପଡ଼ିଛି। ସପ୍ତାହରେ ପ୍ରାୟ ଦୁଇ ହଜାର ଚାଲାଣ ଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପଟିଆ, ପାଵାର ହାଉସ୍, କଳିଙ୍ଗ ଷ୍ଟାଡିଅମ, କ୍ୟାପିଟାଲ ହସ୍ପିଟାଲ, କିଟ୍ ଛକ, ଶିଶୁଭବନ ଛକ, କିଟ୍ ୩ ନମ୍ବର କ୍ୟାମ୍ପସ, ବାଣୀବିହାର, ଶାସ୍ତ୍ରୀନଗର, ରାଜମହଲ, ଟ୍ରାଇଡେଣ୍ଟ, ନାକା ଗେଟ୍ ଆଦି ସ୍ଥାନରେ କ୍ୟାମେରା ଲଗାଯାଇଛି।

ସମ୍ବନ୍ଧିତ ଖବର