ନିରପେକ୍ଷ ସ୍ଥାନରେ ଏସିଆ କପ କରାଇଦେବୁ ନାହିଁ : ରମିଜ୍ ରାଜା

ରାଓ୍ବଲପିଣ୍ଡି : ଭାରତ ଏସିଆ କପ୍ ନଖେଳିବା ପ୍ରସଙ୍ଗରେ ଟିକିଏ ନିରମ ହୋଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ପିସିବି ମୁଖ୍ୟ ରମିଜ୍ ରାଜା କହିଛନ୍ତି ଯେ ଭାରତ ରାଜନୈତିକ କାରଣରୁ ପାକିସ୍ତାନ ଆସିବାକୁ ଚାହୁଁନି ତାହା ଆମେ ବୁଝୁଛୁ, କିନ୍ତୁ ଏସିଆ କପକୁ ପାକିସ୍ତାନରୁ ବାହାରକୁ ନେବା ଅସମ୍ଭବ ।

ସେ କହିଛନ୍ତି, ଏସିଆ କପ ଆୟୋଜନ କରିବାକୁ ଆମକୁ ଏସୀୟ କ୍ରିକେଟ ପରିଷଦ ଅଧିକାର ଦେଇଛି । ତାହାକୁ ଆମଠାରୁ କେହି ଛଡ଼ାଇନେଇପାରିବେ ନାହିଁ । ଏସିଆ କପ୍ ଏକ ନିରପେକ୍ଷ ସ୍ଥାନରେ ହେବ ବୋଲି କୁହାଯାଉଛି, ତାହା ହୋଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଚାପରେ ପଡି ଶ୍ରୀଲଙ୍କା ଓ ବାଂଲାଦେଶ ବି ଯଦି ଏସିଆ କପରୁ ଓହରିବେ, ତେବେ ବି ପାକିସ୍ତାନ ଦବିଯିବ ନାହିଁ ।

ଗତ ମାସରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ ଏସିଆ କପ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏହା ସହିତ ସେ କହିଥିଲେ ଯେ ଏସିଆ କପକୁ ଏକ ନିରପେକ୍ଷ ସ୍ଥାନରେ କରିବାକୁ ଉଦ୍ୟମ କରାଯାଉଛି ।

ଏହା ପରେ ରମିଜ୍ ରାଜା ଧମକ ଦେଇଥିଲେ ଯେ, ଏସିଆ କପ ପାକିସ୍ତାନରେ ନ ହେଲେ ପାକିସ୍ତାନ କ୍ରିକେଟ ଦଳ ୨୦୨୩ ବିଶ୍ବକପରୁ ଓହରି ଯିବ ।

ସମ୍ବନ୍ଧିତ ଖବର