କାକିନାଡା-ହାଇଦ୍ରାବାଦ ଫାଇନାଲ୍‌ ଆଜି:କେପିଏଲ

ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମରେ ଚାଲିଥିବା କିଟ୍‌ ପ୍ରିମିୟର ଲିଗ୍‌ (କେପିଏଲ୍‌)ର ବୁଧବାର ଫାଇନାଲ୍‌ରେ ଜେଏନ୍‌ଟିୟୁ କାକିନାଡା ଏବଂ ଜେଏନ୍‌ଟିୟୁ ହାଇଦ୍ରାବାଦ ମୁହାଁମୁହିଁ ହେବେ। ମଙ୍ଗଳବାର ସେମିଫାଇନାଲ୍‌ରେ କାକିନାଡା ୫୬ ରନ୍‌ରେ ପିଜିଡିଏଭି ନୂଆଦିଲ୍ଲୀକୁ ଏବଂ ହାଇଦ୍ରାବାଦ ୧୭ ରନ୍‌ରେ ଫରିଦାବାଦର ଅଲ୍‌-ଫଲା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା। କାକିନାଡା ମୁରଲୀ (୬୭ ରନ୍‌, ୩୪ ବଲ୍‌) ଅର୍ଧଶତକ ବଳରେ ୧୯୯/୫ କରିଥିଲା। ସଞ୍ଚିତ ସବାରଓ୍ଵାଲ୍‌ ୩ ଓ୍ଵିକେଟ୍‌ ନେଇଥିଲା। ଜବାବରେ ନୂଆଦିଲ୍ଲୀ ୧୭.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। କରଣ ବିଧୁରୀ ୫୬ ରନ୍‌ କରିଥିଲା ବେଳେ ରାମା ରାଜୁ ୪ ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ସେମିଫାଇନାଲ୍‌ରେ ହାଇଦ୍ରାବାଦର ୧୬୨/୬ ଜବାବରେ ଫରିଦାବାଦ ୧୪୫/୮ କରି ପାରିଥିଲା।

ସମ୍ବନ୍ଧିତ ଖବର