ଖଣିମାଲିକଙ୍କଠାରୁ ଜରିମନା ଅର୍ଥ ଆଦାୟ ପାଇଁ ଅଣ୍ଟାଭିଡ଼ିଲା ଖଣିବିଭାଗ, ୫୬ ଲିଜଧାରୀଙ୍କୁ ନୋଟିସ ପଠାହେବ

ଭୁବନେଶ୍ୱର: ବାରମ୍ବାର ନୋଟିସ ସତ୍ତ୍ୱେ ଜରିମାନା ଦେଉନଥିବା ଖଣିମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶା ସରକାର । ପ୍ରାୟ ୫୬ଟି ଲଜଧାରୀଙ୍କୁ ନୋଟିସ ପଠାଇବାକୁ ରାଜ୍ୟ ଖଣିବିଭାଗ ବିଚାର କରୁଛି । ଏମାନଙ୍କ ମଧ୍ୟରୁ ୧୩ଟି ଲିଜଧାରୀ ଜରିମାନା ରାଶିର ଅଧା ପୈଠ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

ଗତ ବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୩୧ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀଙ୍କୁ ଜରିମାନା ପୈଠପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୩୧ ସୁଦ୍ଧା ଜରିମାନା ରାଶି ପ୍ରଦାନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ଏମାନଙ୍କଠାରୁ ୧୭,୫୭୬ କୋଟି ଟଙ୍କାର ଜରିମନା ବସାଯାଇଥିଲା । ତେବେ ଏହି ସମୟସୀମା ମଧ୍ୟରେ ଅର୍ଥ ପୈଠ କରିନଥିବାରୁ ଲିଜଧାରୀଙ୍କଠାରୁ ସୁଧ ସହ ଜରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୨ ହଜାର କୋଟି ଟଙ୍କା ଆଦାୟ କରିଛନ୍ତି । ତେବେ ଅର୍ଥ ପୈଠ କରିନଥିବା ଲିଜଧାରୀଙ୍କଠାରୁ ସୁଧସମେତ ଆଉ ୭୬୮୯ କୋଟି ଟଙ୍କା ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର