ହୁଣ୍ଡାଇର ୨୦% ବିକ୍ରି ଅଭିବୃଦ୍ଧି ଆଶା

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର ଇଣ୍ଡିଆ ଚଳିତବର୍ଷ ଭାରତରେ ଏହାର ଯାନ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ଆଶା ରଖିଛି। ବିଭିନ୍ନ ପ୍ରକାର ଚାଲେଞ୍ଜ ସତ୍ତ୍ବେ କମ୍ପାନି ଏଭଳି ଆକଳନ କରିଛି। ଗତବର୍ଷ ଲକ୍‌ଡାଉନ୍ ଓ ଅନ୍ୟାନ୍ୟ ଚାଲେଞ୍ଜ ଯୋଗୁ କମ୍ପାନି ପୂରା ମାତ୍ରାରେ ଏହାର ପରିଚାଳନା ସମ୍ପାଦନ କରି ପାରି ନଥିଲା। କିନ୍ତୁ ଚଳିତବର୍ଷ କମ୍ପାନିର ପରିଚାଳନା ପୂରାମାତ୍ରାରେ ଜାରି ରହିବ। କରୋନା ମହାମାରୀ ପାଇଁ ଲୋକମାନେ ବ୍ୟକ୍ତିଗତ ଯାନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏଥିସହିତ ଗତବର୍ଷ କମ୍ ପରିମାଣରେ ବିକ୍ରି ହୋଇଥିବା କାରଣରୁ ଚଳିତବର୍ଷର ବିକ୍ରି ଅଭିବୃଦ୍ଧି ପାଖାପାଖି ୨୦ ପ୍ରତିଶତ ରହିବ ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆର ଏମ୍‌ଡି ତଥା ସିଇଓ ଏସ୍‌ ଏସ୍‌ କିମ୍‌ କହିଛନ୍ତି। ଯଥା ଶୀଘ୍ର କମ୍ପାନିର ବିକ୍ରି କରୋନା ପୂର୍ବବର୍ତ୍ତୀ ସ୍ତରକୁ ଫେରିବ ବୋଲି ସେ କହିଛନ୍ତି। ଘରୋଇ ବଜାରରେ ହୁଣ୍ଡାଇ ୨୦୧୮ରେ ୫,୫୦,୦୦୨ଟି ଗାଡ଼ି ବିକ୍ରି କରିଥିବାବେଳେ ୨୦୧୯ରେ ୫,୧୦,୨୬୦ଟି ଏବଂ ୨୦୨୦ରେ ୪,୨୩,୬୪୨ଟି ଗାଡ଼ି ବିକ୍ରି କରିଥିଲା।

ସମ୍ବନ୍ଧିତ ଖବର