୫୩ ଟି ଖଣି ନିଲାମରୁ ୧.୪୩ ଲକ୍ଷ କୋଟି ମିଳିଛି : କେନ୍ଦ୍ର ଖଣିମନ୍ତ୍ରୀ

ଭୁବନେଶ୍ୱର : ନୂଆ ଏମଏମଡିଆର ଆଇନ ଲାଗୁ ହେବାପରଠାରୁ ଏବେ ସୁଦ୍ଧା ମୋଟ ୫୩ଟି ଖଣି ବ୍ଲକ ନିଲାମ ହୋଇଛି । ଏହା ମାଧ୍ୟମରେ ସରକାର ପ୍ରାୟ ୧.୪୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇଛନ୍ତି । ଆଗାମୀ ୨୦୨୦ରେ ଅନେକ ମର୍ଚାଣ୍ଟ ଖଣିର ବୈଧତା ସମାପ୍ତ ହେଉଥିବାରୁ ସେଗୁଡିକର ନିଲାମ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି ବୋଲି କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ଆଲୁମିନିୟମ କନଫରେନ୍ସ ଇନକାଲର ଉଦଯାପନୀ ଉତ୍ସବରେ ଯୋଗ ଦେଇ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠିରେ ମୋଟ ପ୍ରାୟ ୨୩ ହଜାର କୋଟି ଟଙ୍କା ଜମା ରହିଛି । କେବଳ ଓଡ଼ିଶାରେ ୫ ହଜାର କୋଟି ରହିଛି ଓ ଏହି ପାଣ୍ଠି ବିଭିନ୍ନ ବିକାଶମୂଳକ କାମରେ ବିନିଯୋଗ ହେଉଛି ।
ଏହି ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ, ସଂସଦୀୟ ବ୍ୟାପାର, ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ପେଟ୍ରୋଲିୟମ୍ ଓ ନ୍ୟାଚୁରାଲ୍ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସୁବ୍ରତ ବାଗଚୀ ପ୍ରମୁଖ ଦେଶବିଦେଶର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ଆଲକାନର ନିର୍ଦ୍ଦେଶକ -ଟେକ୍ନୋଲୋଜୀ ଡଃ ଆଲାଇସ୍ ବର୍ଣ୍ଣାଡ୍ ଏବଂ ରିଡ୍ ଏକ୍ଜିବିସନ୍ର ଇଭେଣ୍ଟ୍ ଡାଇରେକ୍ଟର୍ ଓଲାଫ୍ ଫ୍ରାଏର୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର