୬ ଡବ୍ଲୁଟିଓ ବିବାଦ ତୁଟାଇବାକୁ ଭାରତ, ଆମେରିକା ସହମତ

ନୂଆଦିଲ୍ଲୀ : ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଥିବା ୬ଟି ବାଣିଜ୍ୟ ବିବାଦ ତୁଟାଇବାକୁ ଭାରତ ଓ ଆମେରିକା ସହମତ ହୋଇଛନ୍ତି। ଆମେରିକାର ଆଲମଣ୍ଡ, ବାଦାମ ଓ ସେଓ ଉପରେ ଭାରତ ଲଗାଇଥିବା ସୀମା ଶୁଳ୍କକୁ ପ୍ରତ୍ୟାହାର କରିବାକୁ ରାଜି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଡବ୍ଲୁଟିଓ ବିବାଦ ତୁଟାଇବା ଲାଗି ଦୁଇ ଦେଶ ରାଜି ହୋଇଛନ୍ତି। ଇସ୍ପାତ, ସୋଲାର ସେଲ୍‌ ଓ ମଡ୍ୟୁଲ, ଅକ୍ଷୟ ଶକ୍ତି, ରପ୍ତାନିଭିତ୍ତିକ ପଦକ୍ଷେପ, ଆଲୁମିନିୟମ ଓ ଇସ୍ପାତ ଉପରେ ଶୁଳ୍କକୁ ନେଇ ଦୁଇ ଦେଶ ଭିତରୋ ବିବାଦ ଥିଲା।

ସମ୍ବନ୍ଧିତ ଖବର