ଜିଓ-ଗୁଗୁଲ୍‌ର ସ୍ମାର୍ଟଫୋନ୍‌ ଦାମ୍ ୬,୪୯୯ ଟଙ୍କା

ମୁମ୍ବାଇ : ରିଲାଏନ୍ସ ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ଜିଓଫୋନ୍ ନେକ୍ସଟ୍‌ ସ୍ମାର୍ଟଫୋନ୍‌ର ଦାମ୍ ୬,୪୯୯ ଟଙ୍କା ରଖାଯାଇଛି। ଦୀପାବଳିରୁ ଏହା ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବ। ଏହାକୁ ବିଶ୍ବର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭାବେ ବିବେଚନା କରାଯାଉଛି। ଗ୍ରାହକମାନେ ୧୯୯୯ ଟଙ୍କାର ଡାଉନ୍‌ ପେମେଣ୍ଟ୍‌ ଦେଇ ସହଜ କିସ୍ତିରେ ମଧ୍ୟ ଏହି ସ୍ମାର୍ଟଫୋନ୍ କିଣିପାରିବେ।

ସମ୍ବନ୍ଧିତ ଖବର