ପଟିଆରେ ‌ରେଜୋନାନ୍ସ ’ର ନୂଆ କ୍ୟାମ୍ପସ୍‌

ଭୁବନେଶ୍ବର,: ଇଞ୍ଜିନିୟରିଂ ଓ ମେଡିକାଲ୍ ପ୍ରବେଶିକା ପରୀକ୍ଷାର ଅଗ୍ରଣୀ ଅନୁଷ୍ଠାନ  ରେଜୋନାନ୍ସ ଏଡୁଭେଞ୍ଚର୍ସ ଲିମିଟେଡ୍‌ ପକ୍ଷରୁ ପଟିଆ ଠ‌ାରେ ନୂତନ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରାଯାଇଛି। ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ବରରେ ଏହା ରେଜୋନାନ୍ସର ଦ୍ବିତୀୟ କେନ୍ଦ୍ର। ଏହା ପୂର୍ବରୁ ଆଚାର୍ଯ୍ୟ ବିହାରରେ ଏକ କେନ୍ଦ୍ର ଥିଲା। ପଟିଆ କ୍ୟାମ୍ପସ୍‌କୁ ୧୨ ହଜାର ବର୍ଗଫୁଟରେ ନିର୍ମିତ ଚାରି ମହଲା କୋଠାରେ ସ୍ଥାପନ କରାଯାଇଛି। ଏଠାରେ ଏକସଙ୍ଗେ ୬୦୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିପାରିବେ। ଏହି ଅବସରରେ ରେଜୋନାନ୍ସ ଭୁବନେଶ୍ବରର ସେଣ୍ଟର୍‌ ମୁଖ୍ୟ ଆଲୋକ୍ ସକ୍‌ସେନା କହିଛନ୍ତି ଯେ, ଭୁବନେଶ୍ବରରେ ରେଜୋନାନ୍ସ ଏକ ବହୁତ ପରିଚିତ ନାମ ଓ ସାରା ଓଡ଼ିଶାରେ ଏହାର ଲୋକପ୍ରିୟତା ବଢ଼ିଚାଲିଛି। ଆଗାମୀ ଦିନରେ ‌ରାଜ୍ୟର ବିଭିନ୍ନ ସ୍ଥାନରେ ରେଜୋନାନ୍ସ ନୂତନ କେନ୍ଦ୍ର‌ ଖୋଲିବାକୁ ଯୋଜନା ରଖିଛି। ପଟିଆ ସେଣ୍ଟର୍‌ ଦ୍ବାରା ଚନ୍ଦ୍ରଶେଖରପୁର ଓ କଟକରେ ରହୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ। ଏହି ଅବସରରେ ସେଣ୍ଟର୍‌ ମ୍ୟାନେଜର ତପନ ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର