ଜନ୍ମଦିନରେ ପାରା ଉଡ଼ାଇଲେ ପ୍ରତାପ

ନୀଳଗିରି: ନୀଳଗିରି ବ୍ଲକ୍‌ ଗୋପୀନାଥପୁରଠାରେ ନୀଳଗିରି ଯୁବ ସ୍ବାଭିମାନ ମଞ୍ଚ ପକ୍ଷରୁ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୮ତମ ଜନ୍ମଦିନ ପାଳନ ହୋଇଛି। ସ୍ବର୍ଣ୍ଣଚୂଡ଼ ମଣ୍ତଳର ସଭାପତି ତାପସ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ସଭାରେ ବୈରାଗୀ ବେହେରା, ଅକ୍ଷୟ ବେହେରା, କରୁଣାକର ପଣ୍ତା, ପ୍ରକାଶ ମହାପାତ୍ର, ଚନ୍ଦ୍ରବିନ୍ଦୁ ଦାସ, ଶୁଭାଶିଷ ଆଚାର୍ଯ୍ୟ, ସୁଇଟି ବାରିକ, ତାପସ କୁମାର ମହାନ୍ତି, ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ସାଂସଦଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତି; ଚିତ୍ରଶିଳ୍ପୀ କେଶୁ ଦାସ, ନିରଂଜନ ସାହୁ, ସନ୍ଧ୍ୟାରାଣୀ ନାୟକଙ୍କ ସହ ଗଣମାଧ୍ୟମର ପ୍ରତିନିଧି ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରାଯାଇଥିଲା। ଆଦିବାସୀ ବାଦ୍ୟ ଓ ନୃତ୍ୟ ସହ ଛଉ ଓ ଘୋଡ଼ା ନାଚର ତାଳେ ତାଳେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ଲୋକେ ସ୍ବାଗତ କରିଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ୧୫ ଫୁଟ୍‌ ଲମ୍ବ ଓ ୪ ଫୁଟ୍‌ ଉଚ୍ଚର ବାଲୁକା କଳା ପ୍ରସ୍ତୁତ ହୋଇଥିଲା। ଶ୍ରୀ ଷଡ଼ଙ୍ଗୀ ଗୋମାତାଙ୍କ ପୂଜା କରିଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର ଓ ମାଗଣା ଚିକିତ୍ସା ଶିବିର ଆୟୋଜନ ହୋଇଥିଲା। ସେହିପରି ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ଶ୍ରୀ ଷଡ଼ଙ୍ଗୀ ଏକାଧିକ ପାରା ଉଡ଼ାଇଥିଲେ।

ସମ୍ବନ୍ଧିତ ଖବର