‌ହେମାଙ୍କ ଭାଇଙ୍କୁ ବାବା ପ୍ରେମାନନ୍ଦ ମହାରାଜ ଦେଲେ ଏଭଳି ପରାମର୍ଶ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଓ ତାଙ୍କ ଭାଇ ବୃନ୍ଦାବନର ଚର୍ଚ୍ଚିତ ବାବା ପ୍ରେମାନନ୍ଦ ମହାରାଜଙ୍କୁ ନିକଟରେ ଭେଟିଥିଲେ।

ହେମାଙ୍କ ଦୁଇଜଣ ଭାଇ ରହିଛନ୍ତି। ଜଣକ ନାମ ଆର‌କେ ଚକ୍ରବର୍ତ୍ତୀ ଥିବା ବେଳେ ଅନ୍ୟ ଜଣଙ୍କ ନାମ ଆରଜେ ଚକ୍ରବର୍ତ୍ତୀ ରହିଛି। ହେମା ମାଳିନୀଙ୍କ କହିବାନୁସାରେ, ଚେନ୍ନାଇରେ ରହୁଥିବା ମୋ ଭାଇ ଅନେକ ଦିନରୁ ବାବା ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ। ଭାଇଙ୍କ ଇଚ୍ଛା ପୁରଣ କରିବା ପାଇଁ ଆମେ ଦୁହେଁ ନିକଟରେ ମହାରାଜଙ୍କୁ ଭେଟିଥିଲେ।

ଏହି ସମୟରେ ଭାଇ ମାହାରାଜଙ୍କୁ ନିଜର ସ୍ବାସ୍ଥ୍ୟ ଠିକ ରହୁ ନଥିବା କଥା କହି କିଛି ପରାମର୍ଶ ମାଗିଥିଲେ। ଏହି ସମୟରେ ମାହାରାଜ ଭାଇଙ୍କୁ କହିଥିଲେ, ‘‘ଶରୀର ଏକ ନିଶ୍ଚିତ ସମୟ ପାଇଁ। ଯାହା ଦିନେ ନା ଦିନେ ନଷ୍ଟ ହୋଇଯିବ। ତେଣୁ ଶରୀର ନଷ୍ଟ ହେବା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖନ୍ତୁ। ଯଦ୍ବାରା ଶାନ୍ତିରେ ‌ଶେଷ ନିଶ୍ବାସ ତ୍ୟାଗ କରି ପାରି‌ବେ।

ଯେତେ ପାରୁଛନ୍ତି ଭଗବାନଙ୍କ ନାମ ନିଅନ୍ତୁ। ଡାକ୍ତର ଦେଉଥିବା ଔଷଧ ଖାଇବା ସହିତ ନିଜର ଅନ୍ତିମ ସମୟର ସମସ୍ତ ବ୍ୟବସ୍ଥା ପୂର୍ବରୁ କରି ରଖନ୍ତୁ। ଯେମିତି ଏ ସଂସାରରୁ ଆପଣ ଯିବା ପରେ କ‌ାହାକୁ କୌଣସି ଅସୁବିଧା ନହେଉ।

ମୃତ୍ୟୁ ଲୋକ ହେଉଛି ଆମର ପରଦେଶ। ତେଣୁ ଆମେ ଅନ୍ୟ ସ୍ଥାନକୁ ଯିବା ସମୟରେ ଯେମିତି ପୂର୍ବରୁ ପ୍ରସ୍ତୁତି କରି ଯାଇଥାଉ ସେମିତି ଆମ ଶରୀରରୁ ଆତ୍ମା ଛାଡ଼ିବା ପୂର୍ବରୁ ପ୍ରସ୍ତୁତି କରିଦେବା ଉଚିତ।’

ସମ୍ବନ୍ଧିତ ଖବର