ଭଗବାନଙ୍କୁ ୫୦ଟି ସୁନା ତୁଳସୀ ଅର୍ପଣ କଲେ ଭକ୍ତ

ବିଶାଖାପାଟଣା: ଭାରତରେ ଧର୍ମ ଓ ଭକ୍ତିର ସ୍ୱତନ୍ତ୍ର ମହତ୍ୱ ରହିଛି | ସବୁ ଧର୍ମକୁ ମାନୁଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭାରତରେ ଦେଖିବାକୁ ମିଳିଥାନ୍ତି | ଦେଶ ସାରା ପ୍ରାୟ ଭକ୍ତ ଧନ-ଅଳଙ୍କାର ମନ୍ଦିରକୁ ଦାନ ସୂତ୍ରରେ ଦେଉଥିବାର ନଜିର ରହିଛି | ଏଭଳି ଏକ ମାମଲା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ସାମ୍ନାକୁ ଆସିଛି | ବିଶାଖାପାଟଣାର ସିମାଚଳମରେ ଥିବା ବରାହ ଲକ୍ଷ୍ମୀ ନରସିଂହ ମନ୍ଦିରରେ ଜଣେ ଭକ୍ତ ଗୁରୁବାର ଦିନ ୫୦ଟି ସୁନା ତୁଳସୀ ଅର୍ପଣ କରିଛନ୍ତି |

Photo-ANI

ଏହି ଭକ୍ତଙ୍କ ନାମ ସାମ୍ନାକୁ ଆସିନଥିବାବେଳେ ଭକ୍ତ ଜଣକ ୫୦ଟି ସୁନା ତୁଳସୀ ଭଗବାନଙ୍କ ଉପରେ ଚଢ଼ାଇଛନ୍ତି | ଏଠାରେ ସୂଚନା ଥାଉ କି ତିରୁପତି ବାଲାଜୀରେ ମଧ୍ୟ ଭକ୍ତମାନେ ସୁନା ଦାନ କରିଥାନ୍ତି | ଗତ ଜୁନ ମାସରେ ମଧ୍ୟ ଆନ୍ଧ୍ରପ୍ରଦେଶର ତିରୁମାଲାରେ ଥିବା ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ ସୁନାର ପାପୁଲି ସାଙ୍ଗକୁ ସୁନାର ହାତ ଦାନ କରିଥିଲେ |

ଏହି ସୁନାର ପାପୁଲି ମୂଲ୍ୟ ୨ କୋଟି ୨୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା | ମିଳିଥିବା ସୂଚନା ମୁତାବକ ତାମିଲନାଡୁର ତଂଗଦୋରେଇ ନାମକ ଜଣେ ଭକ୍ତ ଦୁଇଟି ସୁନାର ଅଳଙ୍କାର ଦାନ ସୂତ୍ରରେ ଦେଇଥିଲେ | ଅଭୟ ହସ୍ତମ ଓ କୋଟି ହସ୍ତମ ନାମକ ଏହି ଦୁଇଟି ସ୍ବର୍ଣ୍ଣ ଅଳଙ୍କାରକୁ ସୁପ୍ରଭାତ ସେବା ଅବସରରେ ସେ ଦାନ କରିଥିଲେ |

ସମ୍ବନ୍ଧିତ ଖବର