ସିବିଆଇ ନିର୍ଦ୍ଦେଶକ ଚୟନ ହୋଇପାରିଲା ନାହିଁ

ନୂଆଦିଲ୍ଲୀ: ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲେ ମଧ୍ୟ ନୂତନ ନିର୍ଦ୍ଦେଶକ ଚୟନ ନିଷ୍ପତ୍ତି ହୋଇପାରି ନାହିଁ। ଏହା ପୂର୍ବରୁ ୨୪ ତାରିଖରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବୈଠକରେ କମିଟି ସଦସ୍ୟ କଂଗ୍ରେସ ନେତା ମଲ୍ଲିକାଜୁର୍ନ ଖଡ଼ଗେ ସମସ୍ତ ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ତର୍ଜମା କରିବେ ବୋଲି କହିଥିଲେ। ଏହି କମିଟିରେ ଅନ୍ୟତମ ସଦସ୍ୟ ହେଲେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋ‌ଗଇ। ୨୪ ଦିନ ଧରି ସିବିଆଇ ନିର୍ଦ୍ଦେଶକ ପଦବି ଖାଲି ପଡ଼ିଥିବାରୁ ଏଥିରେ ଉଦ୍‌ବେଗ ପ୍ରକାଶ କରି ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ତତ୍କାଳ ପଦକ୍ଷେପ ନେବାକୁ କହିଛନ୍ତି। ଅନ୍ୟପକ୍ଷରେ ଅନ୍ତରୀଣ ମୁଖ୍ୟ ଭାବେ ଏମ୍‌.ନାଗେଶ୍ବର ରାଓଙ୍କ ନିଯୁକ୍ତି ମାମଲା ନେଇ ଆଜି ସୁପ୍ରିମ୍‌ କୋର୍ଟରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ନାଗେଶ୍ବରଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାପନ୍ନ କମିଟିର ଅନୁମୋଦନକ୍ରମେ ହୋଇଥିଲା ବୋଲି ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର