ଏମ୍‌ବିଟି ଅର୍ଜୁନ ଟ୍ୟାଙ୍କ୍‌ରୁ ସଫଳତାର ସହ ‘ଲେଜର୍-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କଲା ‘ଡିଆର୍‌ଡିଓ’

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେ‌ଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’ (ଡିଆର୍‌ଡିଓ) ଅହମଦନଗରସ୍ଥିତ ଆର୍ମୋର୍‌ଡ୍ କର୍ପସ୍ ସେଣ୍ଟର୍‌ ଆଣ୍ଡ୍ ସ୍କୁଲ୍‌ସ୍ଥିତ କେ କେ ରେଞ୍ଜ୍‌ର୍‌ ଅର୍ଜୁନ୍ କମାଣରୁ ତା’ର ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ପରୀକ୍ଷା କରିଛି।

‘ଡିଆର୍‌ଡିଓ’ କହିବା ଅନୁସାରେ, ଏହି ପରୀକ୍ଷାରେ ‘ଲେଜର୍‌-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ ତିନି କିଲୋମିଟର୍ ଦୂରରେ ଥିବା ଏକ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଭେଦ କରିଛି। ‘ଏକ୍ସପ୍ଲୋସିଭ୍ ରିଆକ୍ଟିଭ୍ ଆର୍ମୋର୍‌ ଦ୍ବାରା ସୁରକ୍ଷିତ ଯାନଗୁଡ଼ିକୁ ଉପରକୁ ଏହି କ୍ଷେପଣାସ୍ତ୍ର ଏକ ‘ହିଟ୍‌ ୱାର୍‌ହେଡ୍‌’ ପ୍ରୟୋଗ କରେ। ଏକାଧିକ ଉତ୍‌କ୍ଷେପଣ ପ୍ଲାଟ୍‌ଫର୍ମରେ ଉତ୍‌କ୍ଷେପଣ କରାଯିବା ନିମନ୍ତେ ଏହାକୁ ବିକଶିତ କରାଯାଇଛି। ସମ୍ପ୍ରତି ଏହାକୁ ‘ଏମ୍‌ବିଟି ଅର୍ଜୁନ’ କମାଣରୁ ପ୍ରୟୋଗ କରାଯାଇ ବୈଷୟିକ ମୂଲ୍ୟାୟନ କରାଯାଉଛି।

Image Courtesy of Livefist

ଏଠାରେ ସ୍ମରଣ କରାଯାଇ ଦିଆଯାଇ ପାରେ ଯେ, ମଙ୍ଗଳବାର ଦିନ ମଧ୍ୟ ‘ଡିଆର୍‌ଡିଓ’ ‘ଅଭ୍ୟାସ’ ନାମକ ଏକ ‘ହାଇସ୍ପିଡ୍ ଏକ୍ସପେଣ୍ଡାବ୍ଲ ଏରିଏଲ୍ ଟାର୍ଗେଟ୍ (ହିଟ୍‌) ସଫଳତାର ସହ ପରୀକ୍ଷା କରିଥିଲା। ଏହି ପରୀକ୍ଷା ଓଡ଼ିଶାର ବାଲେଶ୍ବରେ ଥିବା ଅସ୍ଥାୟୀ ଟେଷ୍ଟ୍‌ ରେଞ୍ଜ୍‌ରେ କରାଯାଇଥିଲା।

ସମ୍ବନ୍ଧିତ ଖବର