ପିଏନ୍‌ବି ଠକେଇ : ମେହୁଲ ଚୋକ୍‌ସି ଏବଂ ନୀରବ ମୋଦିଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରଓ୍ଵାନା

ମୁମ୍ବାଇ : ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କରୁ ୧୨,୬୩୬ କୋଟି ଟଙ୍କା ଠକେଇ କରି ଫେରାର ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛି ସ୍ୱତନ୍ତ୍ର ଅଦାଲତ । ଗତ ମାସରେ ବ୍ୟାଙ୍କ ଠକେଇକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ଏତଲା ଦେଇଥିବା ବେଳେ ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ ସଂପର୍କିତ ମାମଲା ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିବା ଜଣାପଡ଼ିଛି। 

ସୂଚନା ମୁତାବକ, ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ପାଖରେ ଉପସ୍ଥିତ ରହିବା ପାଇଁ ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କୁ ଇଡ଼ି ସମନ ଜାରି କରିଥିଲା । କିନ୍ତୁ ଦୁଇ ହୀରା ବ୍ୟବସାୟୀ ଇଡ଼ିର ସମନ ପାଇବା ସତ୍ୱେ ମଧ୍ୟ ହାଜର ହୋଇ ନଥିଲେ । ଯାହା ଫଳରେ ଇଡ଼ି ବାଧ୍ୟ ହୋଇ ଦୁଇ ଜଣଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବା ପାଇଁ ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡ୍ରିଙ୍ଗ୍‌ ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଥିଲା ।

India TV

ଫେବୃଆରି ୨୭ରେ ନୀରବ ମୋଦିଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବା ପାଇଁ ଇଡ଼ି ସ୍ୱତନ୍ତ୍ର ଅଦାଲତ ନିକଟରେ ଆବେଦନ କରିଥିଲା।ଏହି ମାମଲାରେ ମୋଦି ଏବଂ ଚୋକ୍‌ସିଙ୍କୁ ତିନି ଥର ସମନ ଦେଇ ସାରିଛନ୍ତି ବୋଲି ଇଡ଼ି ପ୍ରୋସିକ୍ୟୁଟର ହିତେନ୍‌ ଭେନ୍‌ଗାଓଁକର ସ୍ୱତନ୍ତ୍ର ଅଦାଲତକୁ ଜଣାଇଥିଲେ । ଏହାପରେ ଅଦାଲତ ପରଓ୍ଵାନା ଜାରି କରିଥିଲେ।

ସମ୍ବନ୍ଧିତ ଖବର