ୟୁକ୍ରେନ୍‌ର ଦ୍ବିତୀୟ ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ

ଭିଏନ୍ନା: ୟୁକ୍ରେନ୍‌ର ଦ୍ବିତୀୟ ପରମାଣୁ କେନ୍ଦ୍ର ରୁଷ୍‌ର ଗୋଳାବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍‌ର ଦ୍ବିତୀୟ ବୃହତ୍ତମ ସହର ଖାରକିଭ୍‌ ସ୍ଥିତ ଏହି ପରମାଣୁ ଗବେଷଣା କେନ୍ଦ୍ରକୁ ନେଇ ବିପଦ ବଢ଼ୁଛି। ତେବେ ଏ ପର୍ଯ୍ୟନ୍ତ ବିକିରଣଜନିତ ବିପଦ ନାହିଁ ବୋଲି ଆଇଏଇଏ ( ଅନ୍ତର୍ଜାତୀୟ ଆଟମିକ୍‌ ଏନର୍ଜି ଏଜେନ୍ସି) କହିଛି। ଗତ ରବିବାର ଦ୍ବିତୀୟ ପରମାଣୁ ଗବେଷଣା କେନ୍ଦ୍ରରେ ଆକ୍ରମଣ ହୋଇଥିଲା। ‌ତେବେ ରାଡିଏସନ୍‌ ସ୍ତରରେ କୌଣସି ବୃଦ୍ଧି ହୋଇନଥିବା ଜଣାପଡ଼ିଛି। ପୂର୍ବରୁ ଜା‌ପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ହୋଇଥିଲା। ଏହି ପରମାଣୁ ଶକ୍ତି କେନ୍ଦ୍ର ଏବେ ରୁଷ୍‌ ଦଖଲରେ ରହିଛି।

ସମ୍ବନ୍ଧିତ ଖବର