ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ ରକ୍ତଦାନ ଶିବିର, ୩୮ ୟୁନିଟ୍‌ ସଂଗୃହୀତ

ଭୁବନେଶ୍ବର : ନବବର୍ଷ ୨୦୨୧କୁ ରକ୍ତଦାନ ମାଧ୍ୟମରେ ସ୍ବାଗତ ଏବଂ କୋଭିଡ୍‌ ଯୋଗୁଁ ଦେଖାଦେଇଥିବା ରକ୍ତ ଅଭାବ ଜନିତ ସମସ୍ୟାକୁ ଦୂର କରିବା ପାଇଁ ସ୍ଥାନୀୟ ସୁନ୍ଦରପଦାସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ହାଇଟେକ୍ ପ୍ଲାଜା ଓନର୍ସ ଆସୋସିଏସନ୍, ସାଇ ଟ୍ରଷ୍ଟ, ଦକ୍ଷତା ଲେଡିଜ୍ କ୍ଳବ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୩୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉରରାୟଙ୍କ ପୁତ୍ର ତଥା ସମାଜସେବୀ ମନ୍ମଥ ରାଉରରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ତାଙ୍କ ସହ ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲର ସାଧାରଣ ପରିଚାଳକ ବିନୋଦ କୁମାର ପଣ୍ଡା, ସମାଜସେବୀ ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ହା‌ଇଟେକ୍ ପ୍ଲାଜା ସୋସାଇଟିର ସଭାପତି ବାଳକୃଷ୍ଣ ଶତପଥୀ ଓ କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶିବିରର ମୁଖ୍ୟ ସଂଚାଳକ ତଥା ସାଇ ଟ୍ରଷ୍ଟର ଚେୟାରମ୍ୟାନ୍‌ ରତିକାନ୍ତ ପାଢ଼ୀ, ସୋସାଇଟିର ସଂପାଦକ ପ୍ରହଲ୍ଲାଦ ସାମଲ, ପ୍ରମୋଦ କୁମାର ବିଶ୍ବାଳ, ଦକ୍ଷତା ମହିଳା ଟ୍ରଷ୍ଟ ପକ୍ଷରୁ ବନଜ୍ୟୋତ୍ସ୍ନା ପାଢ଼ୀ, ମୀରା ପଟ୍ଟନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ସୁମିତ୍ରା ରଥ, ପୁଷ୍ପିତା ପଣ୍ଡା, ତ୍ରିଲୋଚନ ଖୁଣ୍ଟିଆ, ଅତନୁ ସୁବୁଦ୍ଧି, ସୁଶାନ୍ତ କୁମାର ପ୍ରଧାନ, ଆରତ ସୁବୁଦ୍ଧି, କୃପାସିନ୍ଧୁ ପଟ୍ଟନାୟକ ଓ ବିଶ୍ବନାଥ ଦଳେଇ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନଗୁଡ଼ିକର ସଦସ୍ୟ/ସଦସ୍ୟା ତଥା ସ୍ଥାନୀୟ ରକ୍ତଦାତାମାନେ ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର