ଡାକ୍ତର ଆଶୁତୋଷ ମହାପାତ୍ରଙ୍କୁ ମିଳିଲା ଜାପାନ ସରକାରଙ୍କ ମେଡିକାଲ ଲାଇସେନ୍ସ

ଭୁବନେଶ୍ବର: ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଣ୍ଡ୍‌ ଲିଭର୍‌ ସାଇନ୍ସର ପ୍ରତିଷ୍ଠାତା ଡାକ୍ତର ଆଶୁତୋଷ ମହାପାତ୍ରଙ୍କୁ ଜାପାନ ସରକାରଙ୍କ ପକ୍ଷରୁ ମେଡିକାଲ୍‌ ଲାଇସେନ୍ସ ମିଳିଛି। ଜାପାନ ସରକାରଙ୍କ ସ୍ବତନ୍ତ୍ର ଆମନ୍ତ୍ରଣକ୍ରମେ ଓ ତାଙ୍କଠାରୁ ମେଡିକାଲ୍‌ ଲାଇସେନ୍ସ ପାଇ ଡାକ୍ତର ମହାପାତ୍ର ଏଣ୍ଡୋସ୍କୋପି ମାଧ୍ୟମରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍‌ ଟ୍ରାକ୍‌ (ଓସୋଫାଗସ୍‌, ଷ୍ଟୋମାକ୍‌, କୋଲୋନ୍‌ ଓ ରେକ୍ଟମ୍‌) କର୍କଟର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ବିଷୟରେ ପ୍ରଶିକ୍ଷଣ ପାଇ ଫେରିଛନ୍ତି। କୋଲୋନ୍‌ କର୍କଟ ଓ ଗ୍ୟାଷ୍ଟ୍ରିକ୍‌ କର୍କଟ ଆଦି ପ୍ରାରମ୍ଭିକ ଅବସ୍ଥାରେ ନିରୂପିତ ହୋଇଗଲେ ଅତ୍ୟାଧୁନିକ ଏଣ୍ଡୋସ୍କୋପି ଚିକିତ୍ସା ପଦ୍ଧତି ଦ୍ବାରା ଏହାର ସଂପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇଥାଏ। ଏଥିସହ ଏଥିରେ ଶଲ୍ୟ ଚିକିତ୍ସା ବା କୌଣସି ଅସ୍ତ୍ରୋପଚାରର ଆବଶ୍ୟକ ହୋଇ ନଥାଏ। ଏଠାରେ ପ୍ରକାଶ ଥାଉକି, ୨୦୧୬ ମସିହାରେ ଡାକ୍ତର ମହାପାତ୍ର ଜାପାନର ଟୋକିଓସ୍ଥିତ ନ୍ୟାସ୍‌ନାଲ୍‌ କ୍ୟାନସର୍‌ ସେଣ୍ଟର ଓ ଓସାକା ଇଣ୍ଟରନ୍ୟାସ୍‌ନାଲ୍‌ ସେଣ୍ଟରରୁ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍‌ ଟ୍ରାକ୍‌ କର୍କଟ ସମ୍ବନ୍ଧ‌ରେ ପୂର୍ଣ୍ଣ ପ୍ରଶିକ୍ଷଣପ୍ରାପ୍ତ କରିଛନ୍ତି।

ସମ୍ବନ୍ଧିତ ଖବର