ଓଡ଼ିଶା ପତ୍ରକାର ସଂଘର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଗଣମାଧ୍ୟମ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଯୋଗ ଦେଇଥିଲେ। ବିଧାୟକ ଅରବିନ୍ଦ ଢା‌ଲି, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ଓ ସମ୍ବାଦିକ ପ୍ରଦୀପ ଦାସ ପ୍ରମୁଖ ବିଶେଷ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ରାଧାମାଧବ ମିଶ୍ର, ଜଗନ୍ନାଥ ଖୁଣ୍ଟିଆ, ସାମ୍ବାଦିକ କବିଳେନ୍ଦ୍ର ପ୍ରଧାନ, ସୁରେଶ ଦାସ, ଫଟୋ ସାମ୍ବାଦିକ ପିୟୂଷ ମହାନ୍ତି, ଲେଖିକା ଛନ୍ଦା ମିଶ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ସ୍ବାଗତ ଭାଷଣ ଦେଇଥିଲେ। ଅତିଥିମାନେ ସଂଘର ସ୍ମରଣିକା ‘ପତ୍ରକାର-୨୦୧୯’ ଉନ୍ମୋଚନ କରିଥିଲେ। ସଂଘର ସଭାପତି ସୁରେନ୍ଦ୍ର ସାହୁ ଓ ସମ୍ପାଦକ ଅବିନାଶ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର