‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ବର୍ଷା ରୋକିପାରିଲାନି ଉତ୍ସାହ

ଭୁବନେଶ୍ବରର ୧୫ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଭିଡ଼

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଦିବସ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଛି। ଭୁବନେଶ୍ବରରେ ୧୫ଟି କେନ୍ଦ୍ରରେ ପାଖାପାଖି ୧୫ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରରୀକ୍ଷା ଦେଇଛନ୍ତି। ସକାଳୁ ଲଗାଣ ବର୍ଷା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ନିର୍ଦ୍ଧାରିତ ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ।

କିଛି ସ୍କୁଲ୍‌ର ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକଙ୍କ ତତ୍ତ୍ବାବଧାନରେ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ସକାଳ ୧୦ଟାରୁ ପରୀକ୍ଷା ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା। ପରୀକ୍ଷା କେନ୍ଦ୍ରରେ ହିଁ ଅଭିଜ୍ଞ ବିଚାରକମାନଙ୍କ ଦ୍ବାରା ଖାତାଗୁଡ଼ିକ ମୂଲ୍ୟାୟନ କରାଯାଇଥିଲା। ପ୍ରତି ପ୍ରତିଯୋଗିତାର ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କର ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ ହେବ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବଛାଯାଇ ‘ସମ୍ବାଦ’ର ବାର୍ଷିକ ସମାରୋହରେ ପୁରସ୍କୃତ କରାଯିବ। ଏ ନେଇ ‘ସମ୍ବାଦ’ରେ ସୂଚନା ଦିଆଯିବା ସହ ଟେଲିଫୋନ୍‌ ଜରିଆରେ କୃତି ପ୍ରତିଯୋଗୀଙ୍କୁ ଅବଗତ କରାଯିବ।

ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର

ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କିଶୋର ପୃଷ୍ଟି, ଶିକ୍ଷକ ସୂର୍ଯ୍ୟମଣି ସାହୁ ଓ ଅଜୟ କୁମାର ଦାଶ, ଶିକ୍ଷୟିତ୍ରୀ ସବିତା ରଥ ପ୍ରମୁଖ ସହଯୋଗ କରିଥିଲେ। ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ବିଚାରକ ଭାବେ ନୀଳମଣି ଚାନ୍ଦ, ଧୀରେନ୍ଦ୍ର ଦାଶ, ରାକେଶ କୁମାର ସ୍ୱାଇଁ ସହଯୋଗ କରିଥିଲେ। ସେହିପରି ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବିଚାରକ ଭାବେ ଜଗନ୍ନାଥ ଦାସ ଓ ରବିନାରାୟଣ ସାହୁ ଯୋଗଦେଇ ମୂଲ୍ୟାୟନ କରିଥିଲେ।

ସମ୍ବନ୍ଧିତ ଖବର