ଶ୍ରୀ ହସ୍ପିଟାଲ‌ରେ ମହିଳା ଦିବସ

ଭୁବନେଶ୍ବର: ଶ୍ରୀ ହସ୍ପିଟାଲ୍ସ ପରିସରରେ ସିଏମ୍‌ଡି ଶାଲିନୀ କୋଥାକୋଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ ୮ ତାରିଖ ଦିନ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଶେଷ ଅତିଥି ଭାବେ ହସ୍ପିଟାଲର ନିର୍ଦ୍ଦେଶକ ଡା. ରବିଶଙ୍କର କାଟ୍ରାଗଡ଼ା, ଡା. ଦେବଦତ୍ତ କୁମାର ସାହୁ, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡା. ମୋନାଲିସା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହାସହ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡା. ସୁଶ୍ରୀ ସଂଗୀତା ପାତ୍ର ଓ ଅନ୍ୟ ସମସ୍ତ ଡକ୍ଟର, ନର୍ସିଂ, ଫାର୍ମାସି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସଭାରେ ବର୍ତ୍ତମାନ ନାରୀମାନଙ୍କର ସମାଜର ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଓ ଭୂମିକା ଉପରେ ଆଲୋକପାତ କରାଯାଇଥିଲା।

ସମ୍ବନ୍ଧିତ ଖବର