ନିବେଦିତା ମହାନ୍ତି ଓ ଭଗବତୀ ମହାନ୍ତଙ୍କୁ ବିଜୁ ଜନତା ଦଳର ଉପ-ସଭାପତି ପଦରେ ନିଯୁକ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳର ଉପ-ସଭାପତି ଭାବେ ନିବେଦିତା ମହାନ୍ତି ଓ ଭଗବତୀ ମହାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ରବିବାର ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ସେହିଭଳି ବିଜେଡ଼ିରେ ୪ଜଣଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସୁଜାତା ପାଲ୍‌, ମାଳତି ଗୁରୁ, ନମିତା ନାୟକ ଓ ସ୍ନେହଲତା ପଣ୍ଡାଙ୍କୁ ଏହି ଦାୟିତ୍ୱ ମିଳିଛି।

ପଦ୍ମିନୀ ଶେଖର ଦେଓଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମହିଳା ସଭାପତି ଦାୟିତ୍ୱ ମିଳିଛି। ପ୍ରମିଳା ମହାନ୍ତି, କନକଲତା କଣ୍ଠ, ରଶ୍ମୀରେଖା କାର୍ଯ୍ୟକାରୀ ସଦସ୍ୟ ଭାବେ ବିଜେଡିରେ କାମ କରିବେ।

 

ସମ୍ବନ୍ଧିତ ଖବର