ଛତୁ ଚାଷ କରି ୨ ଲକ୍ଷ ଟଙ୍କା ରୋଜଗାର କଲେ ମହିଳା ଇଞ୍ଜିନିୟର ଅଞ୍ଜନା ଗମିତ

ଗାନ୍ଧୀନଗର: କରୋନା ମହାମାରୀ ସମୟରେ ଅନେକ ଲୋକ ଚାକିରି ହରାଇ ଏବେ ଚାଷବାସରେ ମନୋନିବେଶ କରୁଛନ୍ତି। ଯଦି ଆପଣ ବି ସେପରି ଚିନ୍ତା କରୁଛନ୍ତି ତେବେ ଜୈବ ଆବର୍ଜନାରେ‌ ଛତୁ ଚାଷ ଆରମ୍ଭ କରନ୍ତୁ। ଏହି ଚାଷରେ କମ୍‌ ସମୟ, ଜାଗା ସହିତ କମ୍‌ ପାଣି ଆବଶ୍ୟକ ହୋଇଥାଏ। ଏହି ଚାଷ କରି ସେ ଗତ ବର୍ଷ ୨ ଲକ୍ଷ ଟଙ୍କା ରୋଜଗାର କରିଥିବା ଇଞ୍ଜିନିୟର ଅଞ୍ଜନା ଗମିତ କୁହନ୍ତି ଏହା ଆପଣଙ୍କୁ ସବୁ କମ୍‌ରେ ବେଶି ଅମଳ ପ୍ରଦାନ କରିବ।

ଇଞ୍ଜିନିୟର ଅଞ୍ଜନା ତାଙ୍କର ଏହି ଛତୁ ଚାଷ ଉପରେ ଖୁବ୍‌ ବିଶ୍ବାସ ରଖନ୍ତି। ନିଜର ଏକ ନିର୍ମାଣ ସଂସ୍ଥା ଚଳାଉଥିବା ଏହି ଇଞ୍ଜିନୟର ଜଣକ ଚାଷକୁ କିନ୍ତ ବେଶି ପ୍ରାଧାନ୍ୟ ଦେଇଥାନ୍ତି।

ଏହି ଚାଷକୁ ନେଇ ତାଙ୍କର ୩ ବର୍ଷର ଅଭିଜ୍ଞତା ରହିଛି। ସେ କହନ୍ତି କି ତାଙ୍କ ଅଞ୍ଚଳରେ ଅନେକ ଲୋକଙ୍କର ଛତୁକୁ ନେଇ ଖୁବ୍ କମ୍‌ ଧାରଣା ରହିିଛି। ଅନେକ ଲୋକ ଏହା ଜାଣନ୍ତିନ ଯେ ଛତୁରେ ଅତ୍ୟଧିକ ପୁଷ୍ଟିକର, ଭିଟାମିନ୍ ଡି ରହିଛି। ସେଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ।

www.thebetterindia.com

ଅଞ୍ଜନା ଛତୁ ଚାଷକୁ ନେଇ କୃଷ୍ଣ ବିଦ୍ୟା କେନ୍ଦ୍ର (କେଭିକେ)ରେ ଏକ ୪ ଦିନିଆ ତାଲିମ୍ ନେଇଥିଲେ। ସେ ସେଠାରୁ ହିଁ ମଞ୍ଜି ଓ ପଲିଥିନ୍‌ ବ୍ୟାଗ୍‌ ଗ୍ରହଣ କରିିଥିଲେ। କେଭିକେର ବିଶେଷଜ୍ଞମାନେ ତାଙ୍କୁ ପ୍ରାରମ୍ଭିକ ଦିନରେ ବୈଷୟିକ ମାଗଦର୍ଶନ କରାଇଥିଲେ।

ଅଞ୍ଜନା ୧୦X୧୦ ଫୁଟ୍‌ ସ୍ଥାନରେ ତାଙ୍କ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ଏହାକୁ ସେ ସବୁଜ ଜାଲ ଓ ବାଉଁଶରେ ଆବଦ୍ଧ କରିଥିଲେ। ସେ ପ୍ରାୟ ୧୪୦ କିଲୋ ଛତୁ ଅମଳ କରି ଦୁଇ ମାସ ମଧ୍ୟରେ ୩୦,୦୦୦ ଟଙ୍କା ଉପାର୍ଜନ କରିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର