ଏମିତି ଲୋକଙ୍କୁ ନିଦରୁ ଉଠାଇବା କଷ୍ଟ, ଜାଣନ୍ତୁ ସେ କିଏ?

ପୂର୍ବରୁ ଅନେକଗୁଡ଼ିଏ ରୂଢ଼ି ସଂପର୍କରେ ଆମେ ଆଲୋଚନା କରି ସାରିଛନ୍ତି। ଏହି ରୂଢ଼ିଗୁଡ଼ିକ ବିଷୟରେ ଜାଣିଲେ ଭାଷା ସାହିତ୍ୟ ଉପରେ ଆମର ଦକ୍ଷତା ଆସିବା ସହ ବିଭିନ୍ନ ପରିସ୍ଥିତିକୁ ଖୁବ୍‌ ସହଜରେ ବୁଝିବା ସମ୍ଭବ ହୋଇପାରିବ। ଏସବୁ ରସାତ୍ମକ ଭାବେ ଶିକ୍ଷା ପ୍ରଦାନ କରନ୍ତି। ବିଶେଷ କଷ୍ଟ କରିବାକୁ ପଡ଼େ ନାହିଁ, ମାତ୍ର ବହୁତ କିଛି ଏପରି ରୂଢ଼ି ଓ ଲୋକକଥା ଜରିଆରେ ଶିଖିବା ସହଜ ହୋଇଥାଏ।

ଆଜି ଆମେ ଆଲୋଚନା କରିବା ‘ଚେଇଁ ଶୋଇଥିବ ଯିଏ, ତା’କୁ ଉଠାଇବ କିଏ?’ ରୂଢ଼ି ସଂପର୍କରେ। ଏହାର ଅର୍ଥ ହେଉଛି ଜଣେ ବାସ୍ତବରେ ଶୋଇଥିବା ଲୋକଙ୍କୁ ଆମେ ହୁଏତ ଡାକେ କି ଦି ଡାକେ ଦେଲେ ସେ ଜବାବ ଦେବେ ବା ଉଠିବସିବେ। ମାତ୍ର ଏମିତି କିଛି ଲୋକ ଥାଆନ୍ତି, ସେମାନେ ଆଦୌ ଶୋଇ ନଥାନ୍ତି। କେବଳ ଶୋଇବାର ଅଭିନୟ କରୁଥାନ୍ତି। ସେମାନଙ୍କୁ ଯେତେ ଡାକିଲେ ବି ସେ ନଶୁଣି ପାରିବା ଭଳି ଅଭିନୟ କରନ୍ତି। ସେହି ମର୍ମରେ ଏହି ରୂଢ଼ିଟି ପ୍ରୟୋଗ କରାଯାଏ।

ଆପଣ ଯଦି ଏହି ସମାନ କଥା ଭିନ୍ନ ପରିସ୍ଥିତିରେ ଅନୁଭବ କରୁଛନ୍ତି ତେବେ ସଚେତନ ରୁହନ୍ତୁ। ବେଳେ ବେଳେ ଆପଣ ଏମିତି ଏକ ଲୋକ ପିଛେ ସମୟ ନଷ୍ଟ କରୁଥିବେ ସେ ହୁଏତ ତାହାର ଯୋଗ୍ୟ ହୋଇନଥିବେ। ଆପଣ ଅଯଥାରେ ସମୟ ନଷ୍ଟ କରୁଥିବେ ମାତ୍ର ସେ ଜାଣି ଜାଣି ଆପଣଙ୍କୁ ଅଣଦେଖା କରୁଥିବେ। ସେଭଳି ସ୍ଥିତିରେ ସଜାଗ ରହିଲେ ନିଜ ପାଇଁ ଭଲ।

ସମ୍ବନ୍ଧିତ ଖବର