ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ରାୟୁଡୁଙ୍କ ଅବସର

ମୁମ୍ବାଇ: ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି। ହେଲେ ସେ ସୀମିତ ଓଭର ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଜାରି ରଖିବେ। ରାୟୁଡୁ ନିଜ ଅନ୍ତର୍ଜାତୀୟ ଖେଳ ଜୀବନକୁ ଦିର୍ଘାୟୁ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ସେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଧଶତକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର