ଦୁଇ ଗୋଷ୍ଠୀ ମୁହାଁମୁହିଁ, ଢେଲାମାଡ଼

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତର ଆଗର୍ଦା ଗ୍ରାମରେ ଗତକାଲି ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ହାତାହାତି  ହେବା ସହିତ ଢେଲା ମାଡ କରିଛନ୍ତି। ସୂଚନା ମୁତାବକ  କିଛିଦିନ ତଳେ ଆଗର୍ଦା ଦଳିତ ସାହିର କିଛି ଯୁବକଙ୍କ ମଧ୍ୟରେ ବଚସା ଏବଂ ଗଣ୍ତଗୋଳ ଘଟି  ଅନେକ ଆହତ ହୋଇଥିଲେ।  ଉକ୍ତ ଘଟଣାରେ ଦୁଇ ଗୋଷ୍ଠୀର କିଛି ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖିବା ପରେ ଆପୋସ ମିଳାମିଶା ହୋଇଥିଲା।

ଗତକାଲି ସନ୍ଧ୍ୟାରେ ପୁଣି ସେହି ପୁରୁଣା କଥାର ପୁନରାବୃତ୍ତି ଘଟି ଦୁଇ ଗୋଷ୍ଠୀ ପକ୍ଷରୁ ପରସ୍ପର ଉପରକୁ ଆକ୍ରମଣ କରିବା ସହ  ଢେଲା ମାଡ଼ କରିଥିଲେ। ଏଥିରେ କିଛି ବ୍ୟକ୍ତି ଆହତ ହୋଇଥିଲେ ବି ଗିରଫ ଭୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ରାମଚନ୍ଦ୍ରପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଫାଣ୍ତି ଅଧିକାରୀ ରବୀନ୍ଦ୍ର ମୁଣ୍ତାରୀ ଘଟଣା ଉପରେ ନଜର ରଖିଛନ୍ତି। ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ  ପୁଲିସ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର