୪୦ କିଲୋ ଗଞ୍ଜେଇ ଜବତ

ଚଣ୍ଡିଖୋଲ/ବଡ଼ଚଣା: ଶୁକ୍ରବାର ସନ୍ଧ୍ୟାରେ ବଡ଼ଚଣା ଥାନା ପୁଲିସ ଏକ କାର ସହ ୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ତେବେ  ଅଭିଯୁକ୍ତମାନେ କୌଶଳ କ୍ରମେ ଫେରାର ହୋଇଯାଇଛନ୍ତି।  ସୂଚନା ମୁତାବକ  ୪୦ କିଲୋଗ୍ରାମ ଗଞ୍ଜେଇ ଭର୍ତ୍ତି ଏକ କାର ଆଜି ସନ୍ଧ୍ୟାରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଆସିବା ବେଳେ ବଡ଼ଚଣା- ଚଣ୍ଡିଖୋଲ ମଝିରେ ଏକ ହୋଟେଲ ନିକଟରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା ।

କାର୍‌ଟି ଦୀର୍ଘ ସମ ଅଟକି ରହିବାରୁ ପୁଲିସ ସେଠାରେ ପହଞ୍ଚିବା ଦେଖି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୁଲିସ ସେହି କାର୍‌ରୁ ୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଥାନାଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର