ଲାଞ୍ଚ ନେଇ ଧରାପଡ଼ିଲେ କିରାଣି , ପିଅନ

ସୋର : ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ସୋର ପୌରପାଳିକାର ମୁଖ୍ୟ କିରାଣି ଓ ଜଣେ ପିଅନ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସୋର ଥାନା ଖରିଦା ଗ୍ରାମର ଗଣପତି ରାଉତ ସୋର ପୌରପାଳିକାରେ କର୍ମଚାରୀ ଭାବେ କାମ କରି ୨୦୧୩ ମସିହାରେ ଅବସର ନେଇଥିଲେ। ଅବସର ପରେ ତାଙ୍କର ବକେୟା ପ୍ରାପ୍ୟ ମିଳିନଥିଲା। ଏଥିପାଇଁ ପୌର କାର୍ଯ୍ୟାଳୟର ମୁଖ୍ୟ କିରାଣି ସୁମିତ୍ରା ପାଣିଗ୍ରାହୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୬ ହଜାର ଦେବେ ବୋଲି କହିଥିଲେ ଗଣପତି। ପରେ ଗଣପତି ଏ ନେଇ ବାଲେଶ୍ବର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ, ଆଜି ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ହରେକୃଷ୍ଣ ମାଝୀ ଓ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ କୁମାର ରାଉତରାୟଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ସୋର ପୌର କାର୍ଯ୍ୟାଳୟ ନିକଟରେ ଜଗି ରହିଥିଲେ। ସୁମିତ୍ରା ଗଣପତିଙ୍କଠାରୁ ଲାଞ୍ଚ ଟଙ୍କା ପୌରପାଳିକା କାର୍ଯ୍ୟାଳୟର ପିଅନ ପତବାସ ଦାସଙ୍କ ଜରିଆରେ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ । ଏହି ଘଟଣାରେ ସୁମିତ୍ରା ଓ ପୀତବାସଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ବାଲେଶ୍ୱର ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର