ହରିଶଙ୍କର-ନୃସିଂହନାଥ ମନ୍ଦିରରେ ବିକାଶମୂଳକ କାମ ୨୦୨୨ ସୁଦ୍ଧା ଶେଷ କରିବା ଲକ୍ଷ୍ୟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଓ ନୃସିଂହନାଥ ମନ୍ଦିରରେ ବିକାଶମୂଳକ କାର୍ଯ୍ୟ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଆଜି ସମୀକ୍ଷା ହୋଇଛି।

ପ୍ରକଳ୍ପ ଅଧିନରେ ଗମନାଗମନର ବିକାଶ ଓ ଯାନବାହନ ପାର୍କିଂକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଭେଣ୍ଡିଂ ଜୋନ୍‌, ସାଂସ୍କୃତିକ ପ୍ଲାଜା, ଶ୍ରଦ୍ଧାଳୁଙ୍କ ଅତ୍ୟାଧୁନିକ ସୁବିଧା, ହର୍ବାଲ ସେଣ୍ଟର, ସର୍ବସାଧାରଣ ପାର୍କ, ପିକନିକ୍‌ ଜୋନ୍‌, ଶିଶୁ ଉଦ୍ୟାନ, ମନ୍ଦିରର ସୌନ୍ଦର୍ଯ୍ୟକରଣ, ଆଲୋକ, ଧର୍ମଶାଳା, ଭୋଗମଣ୍ଡପ ଓ ରୋଷେଇ ଗୃହର କାମ ନେଇ ଚର୍ଚ୍ଚା ହୋଇଛି।

ହରିଶଙ୍କର ଓ ନୃସିଂହନାଥରେ ବିକାଶମୂଳକ କାମ ନେଇ ୩ୟ ଥର ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଆଜିର ବୈଠକରେ ୫ଟି ସଚିବ ଭିକେ ପାଣ୍ଡିଆନ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର