ବୁଦାମଧ୍ୟରୁ ମିଳିଲା ଯୁବକଙ୍କ ମୃତଦେହ: ତଣ୍ଟି କାଟି ହତ୍ୟା!

ରାଉରକେଲା: ରାଉରକେଲାର ସେକ୍ଟର ୭ ଥାନା ଅନ୍ତର୍ଗତ ଦୀପିକା ଇଂଲିସ ମିଡିୟମ ସ୍କୁଲ ପଛପଟେ ଥିବା  ବୁଦାମଧ୍ୟରୁ ଜଣେ ଯୁବକଙ୍କର ଶବ ଉଦ୍ଧାର କରାଯାଇଛି। ଉକ୍ତ ଯୁବକଙ୍କୁ କେହି ତଣ୍ଟି କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗୁରୁବାର ବିଳମ୍ବିତ ରାତି କିମ୍ବା ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସକାଳୁ ପ୍ରାତଃ ଭ୍ରମଣରେ ବାହାରିଥିବା ସ୍ଥାନୀୟ ଲୋକେ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖି ସେକ୍ଟର ୭ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ପିନ୍ଧିଥିବା ଡ୍ରେସରୁ ଯୁବକ ଜଣଙ୍କ ସମ୍ପନ୍ନ ପରିବାରର ହୋଇଥିବା ଅନୁମାନ କରାଯାଉଛି। ପୁଲିସ ତଦନ୍ତ ଜାରି ରଖିଛି।

 

ସମ୍ବନ୍ଧିତ ଖବର