‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ତଳକୁ ଖସିଲା ଭାରତର ସ୍ଥାନ

ନୂଆଦିଲ୍ଲୀ: ୨୦୨୧ ‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ (ଜିଏଚ୍‌ଆଇ) ଅନ୍ତର୍ଭୁକ୍ତ ବିଶ୍ୱର ୧୧୬ଟି ଦେଶରୁ ଭାରତ ୧୦୧ତମ ସ୍ଥାନକୁ ଖସି ପଡ଼ୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶ ତଳେ ରହିଛି। ୨୦୨୦ରେ ଉପରୋକ୍ତ ସୂଚକାଙ୍କରେ ଭାରତ ୯୪ତମ ସ୍ଥାନରେ ଥିଲା।

୫ରୁ କମ୍‌ ସ୍କୋର୍‌ ହାସଲ୍‌ କରିଥିବା ଚୀନ୍‌, ବ୍ରାଜିଲ୍‌ ଏବଂ କୁଏତ୍‌ ସମେତ ୧୮ଟି ଦେଶ ‘ସୂଚକାଙ୍କ’ର ଶୀର୍ଷ ସ୍ତରରେ ଥିବା କଥା କ୍ଷୁଧା ଓ କୁପୋଷଣ ଉପରେ ଦୃଷ୍ଟି ରଖିଥିବା ‘ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍ସ୍‍’ େଓ୍ଵବ୍‌ସାଇଟ୍‌ ଗୁରୁବାର ଦିନ କହିଛି।

ଆଇରିସ୍‌ ସାହାଯ୍ୟକାରୀ ଏଜେନ୍‌ସି ‘କନ୍‌ସର୍ଣ୍ଣ ଓ୍ଵାର୍ଲଡ୍‌ଓ୍ଵାଇଡ୍‌ ଆଣ୍ଡ୍‌ ଜର୍ମାନ୍‌ ଅର୍ଗାନାଇଜେସନ୍‌ େଓ୍ଵଲ୍‌ଟ୍‌ ହଙ୍ଗର୍‌ ହିଲଫି’ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ଉପରୋକ୍ତ ରିପୋର୍ଟ ଭାରତର କ୍ଷୁଧା ସ୍ତରକୁ ଉଦ୍‌ବେଗଜନକ ଆଖ୍ୟା ଦେଇଛି।

Image Courtesy of NewsDeal

୨୦୨୦ରେ ପ୍ରସ୍ତୁତ ଏହି ସୂଚକାଙ୍କରେ ୧୦୭ ଦେଶ ମଧ୍ୟରେ ଭାରତର ସ୍ଥାନ ଥିଲା ୯୪। ଏବେ ସମୁଦାୟ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ତର ୧୦୧କୁ ଖସି ଆସିଛି। ଭାରତର ‘ଜିଏଚ୍‌ଆଇ’ ସ୍କୋର୍‌ ମଧ୍ୟ ହ୍ରାସ ପାଇଛି। ୨୦୦୦ରେ ଏହି ସ୍କୋର୍‌ ୩୮.୮ ଥିବା ବେଳେ ୨୦୧୨ ରୁ ୨୦୨୧ ମଧ୍ୟରେ ଏହା ୨୮.୮ ରୁ ୨୭.୫ ମଧ୍ୟରେ ରହିଛି।

ଚାରିଟି ‘ସୂଚକ’କୁ ଆଧାର କରି ‘ଜିଏଚ୍‌ଆଇ’ ସ୍କୋର ହିସାବ କରାଯାଏ। କୁପୋଷଣ (ଉଚ୍ଚତା ଅନୁସାରେ କମ୍‌ ଓଜନ ଥିବା ୫ ବର୍ଷର ପିଲା), କ୍ଷୀଣକାୟ (ବୟସ ତୁଳନାରେ ପତଳା), ଅତି ବାଙ୍ଗରା ( ୫ ବର୍ଷ ବୟସରେ ହେବାକୁ ଥିବା ଉଚ୍ଚତା ଠାରୁ କମ୍‌ ଉଚ୍ଚତା) ଏବଂ ଶିଶୁ ମୃତ୍ୟୁହାର ଆଦିକୁ ଆକଳନ କରାଯାଇ ଏହି ସୂଚକାଙ୍କ ନିରୂପଣ କରାଯାଏ।

କୋଭିଡ୍‌-୧୯ ଏବଂ ଏହି ମହାମାରୀଜନିତ କଟକଣା ପ୍ରଭାବରୁ ସମଗ୍ର ବିଶ୍ୱ ତୁଳନାରେ ଭାରତରେ ସବୁଠୁ ଅଧିକ ପିଲା ପତଳା ହୋଇଯାଇଛନ୍ତି।
‘ବିଶ୍ୱ କ୍ଷୁଧା ସୂଚକାଙ୍କ’ରେ ନେପାଳ ୭୬, ବାଂଲାଦେଶ ୭୬, ମିଆଁମାର୍‌ ୭୧ ଏବଂ ପାକିସ୍ତାନ ୯୨ତମ ସ୍ଥାନରେ ରହି ‘ଉଦ୍‌ବେଗଜନକକ୍ଷ’ ସ୍ଥିତିରେ ରହିଛନ୍ତି। କିନ୍ତୁ, ଜନସାଧାରଣଙ୍କ ଖୁଆଇବାରେ ନେପାଳ, ବାଂଲାଦେଶ, ମିଆଁମାର୍‌ ଏବଂ ପାକିସ୍ତାନ ଭାରତ ଠାରୁ ଯଥେଷ୍ଟ ଅଗ୍ରଣୀ ଅଛନ୍ତି।
କିନ୍ତୁ, ୫ ବର୍ଷ ବୟସରୁ କମ୍‌ ଶିଶୁ ମୃତ୍ୟୁ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଉନ୍ନତି କରିଥିବା କଥା ଏହି ସୂଚକାଙ୍କରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର