ବାଛୁରୀକୁ ଖାଇଗଲା ବାଘ!

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍‌ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଏକ ଦଶ ମାସର ବାଛୁରୀକୁ ବାଘ ଖାଇ ଦେଇଥିବା ନେଇ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ବ୍ରାହ୍ମଣୀଗାଁ ଠାରୁ ୩ କିଲୋମିଟର ଦୂର ପାହାଡ଼ ଉପରେ ଏକ ସମତଳ ଭୂମି ରହିଛି। ଏଠାରେ ବ୍ରାହ୍ମଣୀଗାଁରୁ ପାଞ୍ଚ ପରିବାର ଯାଇ ସେହି ସମତଳ ଭୂମିରେ ଚାଷବାସ କରି ଜୀବନ ଜୀବିକା କରିଆସୁଛନ୍ତି ।

Image Source: Hindustan Times

ଗତ ୧୯ ତାରିଖ ଦିନ  ସୁଙ୍ଗାଲା ମଳିକ ନିଜର ଗାଈବଳଦକୁ ନେଇ  ଜଙ୍ଗଲକୁ ଚରାଇବା ପାଇଁ ନେଇଥିଲେ। ଅପରାହ୍ନ ପ୍ରାୟ ୨ଘଣ୍ଟ ସମୟରେ ବାଛୁରୀକୁ ଏକ ବାଘ ଆକ୍ରମଣ କରି ନେଇଯାଇଥିଲା। ବାଘକୁ ଦେଖି ଅନ୍ୟ ଗାଈ ଓ ବଳଦ ଭୟରେ ଦୌଡ଼ା ଦୌଡ଼ି ହୋଇଥିଲେ। ସୁଙ୍ଗାଲା ଏହା ଦେଖି ଭୟରେ ଗାଁକୁ ଫେରି ଆସିଥିଲେ। କିଛିସମୟ ପରେ ଗାଁର ଅନ୍ୟ ଲୋକଙ୍କୁ ନେଇ ଖୋଜାଖୋଜି କରିଥିଲେ ମଧ୍ୟ ବାଛୁରୀର  ସନ୍ଧାନ ପାଇନଥିଲେ। ଖବର ପାଇ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀଙ୍କୁ ନେଇ ଲୋକଙ୍କ ସହ ଜଙ୍ଗଲରେ ଖୋଜାଖୋଜି କରିଥିଲେ । ହେଲେ ବାଛୁରୀର ମୃତ ଶରୀର ପାଇନଥିଲେ। ଜଙ୍ଗଲ ବିଭାଗ ପକ୍ଷରୁ ୫ ପରିବାରକୁ ଗୋଟିଏ ଲେଖାଏଁ ସୋଲାର ଲ୍ୟାମ୍ପ ପ୍ରଦାନ କରିବା ସହିତ ସନ୍ଧ୍ୟାରେ ବାହାରକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର