କନ୍ଧମାଳର ଦାଦନଙ୍କ ଦୁଃଖର ଅନ୍ତ କେବେ?ପୁଣି ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟ

ଘୁ.ଉଦୟଗିରି: ସରୁ ନାହିଁ ପ୍ରବାସୀ କନ୍ଧମାଳର ଦାଦନଙ୍କ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଜୀବନ ହରାଉଛନ୍ତି କନ୍ଧମାଳର ଅନେକ ଯୁବକ। ସୋମବାର ପୁଣି କେରଳ ରାଜ୍ୟରେ ଜଣେ ପ୍ରବାସୀ କନ୍ଧମାଳ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟି ଥିବା ଘଟଣା ପଦାକୁ ଆସିଛି। ପରିବାର ଲୋକଙ୍କ ଆଶା ଥିଲା ପୁଅ ରୋଜଗାର କରି ଆଣିଲେ ପରିବାର ଚଳିବ। କିନ୍ତୁ ତାହା ସ୍ବପ୍ନରେ ହିଁ ରହି ଯାଇଛି। ସ୍ଥାନୀୟ ବ୍ଳଜ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ବ୍ରଡିନାଜୁର ବାସିନ୍ଧା ସିକନ୍ଦର ପ୍ରଧାନଙ୍କ ପରିବାରକୁ ଦୁଃଖର ବାଦଲ ମାଡି ଆସି ଥିଲା।

ବାପା ସିକନ୍ଦର ପ୍ରଧାନ ଓ ପରିବାର ଲୋକ ନିଜ ପୁଅ ସିଣ୍ଟୁ ପ୍ରଧାନଙ୍କୁ ହରାଇ ଏବେ ଭାଙ୍ଗି ପଡ଼ିଛନ୍ତି । ଏପରି ଏକ ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲଜ କଳିଙ୍ଗା ଗ୍ରାମ ପଂଚାୟତର କୁରୁମିଙ୍ଗିଆ ଗ୍ରାମ ବ୍ରଡି ନାଜୁରେ ଘଟିଛି । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ କୁରୁମିଙ୍ଗିଆ ଗ୍ରାମ ବ୍ରଡିନାଜୁର ବାସିନ୍ଧା ସିକନ୍ଦର ପ୍ରଧାନଙ୍କ ପୁଅ ସିଣ୍ଟୁ ପ୍ରଧାନ(୩୫) ନାମକ ପ୍ରବାସୀ ଆଦିବାସୀ ଶ୍ରମିକଙ୍କ କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲା ପେରାମବାବୁ ଅଂଚଳରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶ୍ରମିକ ଜଣକ ୧୦ ବର୍ଷ ହେବ ପେଟପାଟଣା ପାଇଁ ପେରାମ ବାବୁରେ ରହି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁ ଥିଲେ।

ହେଲେ ହଠାତ ଗତ ୧୨ ତାରିଖରେ ସିଣ୍ଟୁଙ୍କ ମୃତ୍ୟୁ ଖବର ପରିବାର ଲୋକ ପାଇବା ପରେ ସାନ ଭାଇ ବିଣ୍ଟୁ ପ୍ରଧାନ ସେଠାରେ ପହଞ୍ଚିଥିଲେ । ଏହା ସହ ସେହି ଅଂଚଳରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ସିଣ୍ଟୁ ପ୍ରଧାନଙ୍କ ମୃତ ଦେହ ଗ୍ରାମକୁ ଆଣିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସେଇ ସ୍ଥାନରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିବା ସୂଚନା ମିଳିଛି। ପରିବାର ଲୋକଙ୍କ ସୂଚନା ଅନୁସାରେ ସିଣ୍ଟୁ ପ୍ରଧାନଙ୍କ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପେରାମ ବାବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ଥିବା ସମ୍ପର୍କରେ ଫୋନ କଲ ଆସି ଥିଲା। କିନ୍ତୁ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ସିଣ୍ଟୁ ପ୍ରଧାନଙ୍କ ଦେହ, ମୁହଁ ସହ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗି ଥିବା ପରିବାର ଲୋକ କହିଛନ୍ତି। ତେଣୁ ଓଡିଶା ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି । ମୃତ ଶ୍ରମିକ ଜଣକ ପରିବାର ପାଇଁ ଏକ ମାତ୍ରା ସାହାରା ଥିଲେ । ତାଙ୍କର ମୃତ୍ୟୁ ପରେ ପରିବାର ଲୋକ ଏକ ପ୍ରକାର ବେସାହାର ହୋଇଛନ୍ତି ।

ସମ୍ବନ୍ଧିତ ଖବର