ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଭାଇରାଲ୍ କରିବା ଧମକ ଦେଇ ଧର୍ମ ପରିବର୍ତ୍ତନ ଉଦ୍ୟମ, ଅଭିଯୁକ୍ତ ଫେରାର୍

ଖୋର୍ଦ୍ଧା: ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିବା ବେଳେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ମସଜିଦ୍ ସାହିର ଅଲ୍ଲିମୁଦ୍ଦୀନ ସାହା ସହ ଖୋର୍ଦ୍ଧାର କୁନି ମହାପାତ୍ର (ଛଦ୍ମନାମ)ଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହା ପରେ ୮ ବର୍ଷ ଏଭଳି ଚାଲିଲା। କୁନିଙ୍କ ପାଠ ପଢ଼ିବା ଶେଷ ହେବା ପରେ ଯେତେବେଳେ ବିବାହ ପାଇଁ ଚାପ ପକାଇଲେ ସେତେବେଳେ ଅଲ୍ଲିମୁଦ୍ଦୀନ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ଓ ଗୋ-ମାଂସ ଖାଇବା ପରେ ଯାଇ ବିବାହ ହୋଇପାରିବ ବୋଲି କହିଲା। ଏଥିରେ କୁନି ପଛଘୁଂଚା ଦେଇଥିଲେ, ଫଳରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋ ଭାଇରାଲ୍ କରିବା ଭୟ ଦେଖାଇ ଅଲିମୁଦ୍ଦିନ ଶାରୀରିକ ସମ୍ପର୍କ ରଖିଆସୁଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, କୁନି ବିବାହ ପାଇଁ ଚାପ ପକାଇବାରୁ ଅଲ୍ଲିମୁଦ୍ଦୀନ ୨୦୨୨ ନଭେମ୍ବର ୨୨ ତାରିଖରେ ତାଙ୍କୁ ଏକ ଘରକୁ ଡାକି ନେଇଥିଲା। ସେଠାରେ ଗୋ-ମାଂସ ଖାଇବା ଓ ନିକଟ ମସଜିଦ୍‌ରେ ମୌଲାନା ସମ୍ମୁଖରେ ଧର୍ମ ପରିବର୍ତ୍ତନ କରିବା ପରେ ଯାଇ ବିବାହ କରିବେ ବୋଲି କହିଥିଲା । ଏହା ପରେ ଅଲ୍ଲିମୁଦ୍ଦିନ ଠାରୁ କିଛି ମାସ ଦୂରେଇ ଯାଇଥିଲେ । ପରେ ପୁଣିଥରେ ଅଲ୍ଲିମୁଦ୍ଦିନ ତାଙ୍କୁ ସାକ୍ଷାତ କରି ଭୁଲ ମାଗିବା ସହ ପୁଣି ବିବାହର ପ୍ରଲୋଭନ ଦେଖାଇ ଭୁବନେଶ୍ୱରର ରେଗାଲିଆ ନିକଟ ଏକ ୱୟୋ ହୋଟେଲ୍କୁ ନେଇଥିଲେ। ସେଠାରେ ପହଂଚିବା ପରେ ଅଲ୍ଲିମୁଦ୍ଦିନ ନିଜର କଥା ପରବର୍ତ୍ତନ କରିଥିଲା। ଗୋ-ମାଂସ ଖୁଆାଇବା ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା। ତାହାର ଭିଡ଼ିଓ ଉତ୍ତୋଳନ କରି ଏହି କଥା କାହାକୁ କହିଲେ ଭିଡ଼ିଓ ଭାଇରାଲ୍ କରିଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।

ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଲିଖିତ ଅଭିଯୋଗ ହସ୍ତଗତ ହୋଇଛି। ଅଭିଯୋଗ ସମ୍ପର୍କରେ ପଚରାଉଚୁରା ପାଇଁ ଅଭିଯୁକ୍ତ ଓ ତାଙ୍କ ପରିବାରକୁ ଡକାଇଛନ୍ତି। ଅଭିଯୁକ୍ତ ବର୍ତ୍ତମାନ ଖୋର୍ଦ୍ଧା ସହରରେ ନଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି। ମିଳିଥିବା ସୂଚନାରେ, ବୁଧବାର ଅଲ୍ଲିମୁଦ୍ଦିନର ବାହାଘର କାର୍ଯ୍ୟକ୍ରମ ବରୁଣେଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର