ଏହି କଳାକାରଙ୍କୁ ପରଦାରେ ଚିହ୍ନି ହୋଇ ନ ଥିଲା,ଜାଣନ୍ତୁ କାରଣ!

ଅମିତାଭ ବଚ୍ଚନ ଓ ଋଷି କପୁରଙ୍କ ଅଭିନୀତ ଫିଲ୍ମ ‘୧୦୨ ନଟ୍‌ ଆଉଟ୍‌’ ରିଲିଜ୍‌ ହୋଇଯାଇଛି। ଏହି ସିନେମାରେ ବିଗ୍‌ ବି ଜଣେ ୧୦୨ବର୍ଷ ବୟସ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷରେ ଏଥିରେ ଋଷି କପୁର ନଜର ଆସିଛନ୍ତି ଜଣେ ୭୬ ବୟସ୍କ ପୁଅ ଭୂମିକାରେ।
ପ୍ରୋଷ୍ଟେଟିକ୍‌ ମେକ୍‌ଅପ୍‌ ଜରିଆରେ ଉଭୟ କଳାକାରଙ୍କୁ ଏଭଳି ଲୁକ୍‌ ଦିଆଯାଇଛି। ଏହି ମେକଅପ୍‌ ପାଇଁ ୬ ରୁ ୧୦ ଘଣ୍ଟା ସମୟ ଲାଗିଥାଏ। ଖାଲି ସେତିକି ନୁହେଁ,ସେହି ମେକଅପ୍‌ ଛଡ଼ାଇବା ଲାଗି ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥାଏ।

ଆସନ୍ତୁ ଜାଣିବା ଅନ୍ୟ କେଉଁ ସିନେମାରେ ମେକଅପ୍‌ ଜରିଆରେ କଳାକାରଙ୍କୁ ଲୁକ୍‌ ବଦଳା ଯାଇଥିଲା। ବଲିଉଡ଼୍‍ ସୁପରଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ଙ୍କ ପ୍ରକୃତ ବୟସ ହେଉଛି ୪୪ ବର୍ଷ।ହେଲେ ସେ ୟଶରାଜ୍‌ ଫିଲ୍ମସ ବ୍ୟାନରରେ ନିର୍ମିତ ‘ଧୂମ୍‌-ଟୁ’ ସିନେମାରେ ୮୦ ବର୍ଷୀୟ ବୃଦ୍ଧ ଭୂମିକାରେ ନଜର ଆସିଥିଲେ।

 

photo bollywood bhaskar.com

ଠିକ୍‌ ସେହିପରି ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ‘ପା’ ଫିଲ୍ମରେ ୧୨ ବର୍ଷର ନାବାଳକ ଭୂମିକାରେ ଦେଖିବାକୁ ମିଳିଥିଲା। ଦକ୍ଷ ଅଭିନେତା ରାଜ୍‌ କୁମାର ରାଓ ଙ୍କର ପ୍ରକୃତ ବୟସ ୩୭ ବର୍ଷ। ହେଲେ ସେ ‘ରାବ୍‌ତା’ ସିନେମାରେ ୩୨୪ ବର୍ଷୀୟ ଲୋକ ଭୂମିକାରେ ନଜର ଆସିଥିଲେ।
ସାଉଥ୍‌ ସୁପରଷ୍ଟାର୍‌ କମଲ ହାସନ୍‌ ‘ହିନ୍ଦୁସ୍ତାନୀ’ ଫିଲ୍ମରେ ୮୦ ବର୍ଷୀୟ ବୃଦ୍ଧ ଭୂମିକାର ଲୁକ୍‌ରେ ଦେଖା ଦେଇଥିଲେ। ବଲିଉଡ଼୍‍ର ହାର୍ଟଥ୍ରୋବ୍‌ ରଣବୀର୍‌ କପୁରଙ୍କ ପ୍ରକୃତ ବୟସ ୩୫ ବର୍ଷ। ମାତ୍ର ତାଙ୍କୁ ‘ବାର୍ଫି’ ଫିଲ୍ମରେ ୭୫ ବର୍ଷୀୟ ବୃଦ୍ଧ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ।

ସମ୍ବନ୍ଧିତ ଖବର