ମଦର୍ସ ଡେ ଅବସରରେ ରେଡିଓ ଚକଲେଟ ରିଲିଜ୍‌ କଲା  ନୂଆ ନୂଆ ଗୀତ ‘ବୋଉଲୋ…’

ଭୁବନେଶ୍ୱର : ସବୁବେଳେ  ନୂଆ ନୂଆ ଗୀତ ମାଧ୍ୟମରେ ଶ୍ରୋତାଙ୍କର ମନୋରଞ୍ଜନ କରିଥାଏ ରେଡ଼ିଓ ଚକଲେଟ୍‌ । ଦୀର୍ଘ ୧୧ ବର୍ଷ ହେବ ଭିନ୍ନ ଭିନ୍ନ ସ୍ୱାଦର ଗୀତ ଜରିଆରେ ଶ୍ରୋତାଙ୍କୁ ଆକୃଷ୍ଟ କରିବାର ପ୍ରାୟାସ ଜାରି ରଖିଛି ରେଡ଼ିଓ ଚକଲେଟ୍‌୍‌ । ଏବେ ପୁଣି ଥରେ ରେଡ଼ିଓ ଚକଲେଟ୍‌ ମଦର୍ସ ଡ଼େ ଅବସରରେ ଏକ ନୂଆ ଗୀତ ଉପହାର ଦେଇଛି । ମେ ୧୧ରେ ରେଡ଼ିଓ ଚକଲେଟ୍‌ ପକ୍ଷରୁ ନୂଆଗୀତ ‘ବୋଉଲୋ…’କୁ ରିଲିଜ କରାଯାଇଛିା ଏହି ଗୀତକୁ ମାନସ ପଢ଼ିହାରୀ ଲେଖିଥିବା ବେଳେ ଏହାକୁ  ସ୍ୱର କରିବା ସହ ଗାଇଛନ୍ତି ସୌମିତ୍ରୀ ପଲାଇ ।

ଏହି ଗୀତକୁ ଏଡ଼ିଟ୍‌ କରିଛନ୍ତି ରାଜେନ୍ଦ୍ର ମହନ୍ତ ।  ଗୀତଟି ରିଲିଜ କରାଯିବା ପରେ ପରେ ଏ ପର୍ଯ୍ୟନ୍ତ ଏହାକୁ ୪,୦୦୦ ଅଧିକ ଲୋକ ଦେଖି ସାରିଥିବା ଜଣାପଡ଼ିଛି । ଏଥିରେ ସାଉଣ୍ଡ ଇଞ୍ଜିନିୟର ଭାବେ ସ୍ମୃତିରଞ୍ଜନ କାମ କରିଥିବା ବେଳେ ପୋଷ୍ଟର ଡ଼ିଜାଇନ୍‌ କରିଛନ୍ତି ହାଡ଼ୁ କିଶୋର । କ୍ରିଏଟିଭ ସୁପରଭିଜନ ଦାୟିତ୍ୱରେ ଅଛନ୍ତି ସଂଗ୍ରାମ ମିଶ୍ର । ଏହା ପୂର୍ବରୁ ରେଡ଼ିଓ ଚକୋଲେଟ୍‌ର ଡ଼ିଙ୍କି ଡ଼ିଙ୍କି ଗର୍ଲ, ଚାନ୍ଦ ନା ତୁମେ ତାରା, ହଜାରେ ହୃଦୟ ଓ ପ୍ରିୟା ମୋର ଭଳି ସୁପରହିଟ୍‌ ଗୀତ ଶ୍ରୋତାଙ୍କ ମନ ଜିଣିସାରିଛି।

ସମ୍ବନ୍ଧିତ ଖବର