ରଥ ଖଳା ହାଲଚାଲ : ସରିଲା କଣଗୁଜରେ ଖୋଦେଇ କାମ

ପୁରୀ : ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥଖଳା ସେତିକି ଅଧିକ ଚଳଚଞ୍ଚଳ ହେଉଛି। ତିନି ରଥର ୪୨ ଚକରେ ଅଖ ଖଞ୍ଜା ସରିବା ପରେ ଆଜି କଣଗୁଜରେ ଖୋଦେଇ କାମ ଶେଷ ହୋଇଛି। ମହାରଣା ସେବକମାନେ କଣଗୁଜ ଖୋଦେଇ କାମକୁ ଆଗେଇ ନେଇଥିଲେ। ଆଜି ୪୪ କଣଗୁଜରେ ସିଂହବିରାଳ ଖୋଦେଇ କରାଯାଇଛି। ଆଜି ୨୫ଟା ଦଣ୍ଡା ତଳେ ଖଞ୍ଜା ଯାଇଛି। ସେଗୁଡିକୁ ନମ୍ବରିଂ କରାଯିବା ପରେ ଅଖ ଉପରୁକୁ ଉଠାଯିବବୋଲି ଜଣାପଡିଛି। ଇତି ମଧ୍ୟରେ ତିନି ରଥ ପାଇଁ ସମସ୍ତ ଅଖ ଚକ କାମ ସରି ସଂଯୋଗ ହୋଇଛି।

ସମ୍ବନ୍ଧିତ ଖବର