କୋଲକାତା: ରାଜସ୍ଥାନ ଏବଂ ଆନ୍ଧ୍ର ପ୍ରଦେଶ ପରେ ପଶ୍ଚିମବଙ୍ଗ ତୃତୀୟ ରାଜ୍ୟ ଭାବେ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲ ଓ ଡିଜେଲରେ ୧ ଟଙ୍କାର ଭାଟ୍ କମାଇଛନ୍ତି। ରାଜ୍ୟର ଲୋକଙ୍କ ପାଇଁ ଯାହା ଭଲ ତାହା କରୁଛି ବୋଲି ମମତା କହିଛନ୍ତି। ଏତଦ୍ବ୍ୟତୀତ ତେଲ ଦରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ମମତା କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।