ଯୋଗାଭ୍ୟାସ ଭଲ ନା ଡାଏଟିଂ ଭଲ ?

ବର୍ତ୍ତମାନ ଅଧିକାଂଶ ପୁରୁଷ ଅବା ମହିଳା ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି।  କାରଣ ଫିଟନେସର ଅର୍ଥ ହେଲା ଯେ ୟଙ୍ଗ ଦିଶିବା। ବୟସ ଲୁଚାଇବା ପାଇଁ ,ସବୁ କରିଥାନ୍ତି ସେମାନେ। ତେବେ ଆଜିକାଲି ମହିଳାମାନେ  ନିଜର ଫିଟ୍‌ନେସ ଉପରେ ଅଧିକ  ଧ୍ୟାନ   ଦେଉଛନ୍ତି ।  ଯେଉଁ ମହିଳାମାନଙ୍କରଓଜନ  ଅଧିକ, ସେମାନେ  ହ୍ରାସ  କରିବା  ଲାଗି  ବିଭିନ୍ନ ପ୍ରକାରର କୌଶଳ  ଅବଲମ୍ବନ  କରିଥାଆନ୍ତି , କିଏ ଜିମ୍‌ ଯାଆନ୍ତି ତ କିଏ  ଡାଏଟିଂ  କରନ୍ତି । ଆଉ କେତେକ ଏଥି ଲାଗି ନିୟମିତ ବ୍ୟାୟାମ ବା ଯୋଗ କରିଥାନ୍ତ। କିନ୍ତୁ ଅନେକ ଆଳସ୍ୟ ହେତୁ ବ୍ୟାୟାମ ବା ଯୋଗାଭ୍ୟାସ ନ କରି ଡାଏଟିଂ କରି ଓଜନ କମାଇବାର ପ୍ରୟାସ କରିଥାନ୍ତି। ଏବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଓଜନ ହ୍ରାସ କରିବା ଭଲ ? କେଉଁ ଉପାୟ ବ୍ୟାୟାମ ବା ଯୋଗାଭ୍ୟାସ ନା ଡାଏଟିଂ ଜରିଆରେ ଏହା କରିବା ଅଧିକ ଭଲ ।

କିନ୍ତୁ ନିକଟରେ  କରାଯାଇଥିବା  ଏକ ଗବେଷଣାରୁ  ସ୍ପଷ୍ଟ  ହୋଇଚି ଯେ  ମାତ୍ରାଧିକ  ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କର କେତେକ କ୍ଷତି ହୋଇଥାଏ ।    ପ୍ରଥମତଃ  ଯେଉଁମାନେ କ୍ଷମତା ବାହାରକୁ ଯାଇ ବ୍ୟାୟାମ କରନ୍ତି, ସେହି  ମହିଳାମାନଙ୍କର  ପ୍ରଜନନ କ୍ଷମତା ଅର୍ଥାତ୍‌  ଗର୍ଭଧାରଣ  କରିବାର କ୍ଷମତା ଉପରେ ଏହା କୁପ୍ରଭାବ  ପକାଇଥାଏ ।  ଏମାନଙ୍କର  ଋତୁସ୍ରାବ ଜନିତ  ସମସ୍ୟା  ମଧ୍ୟ ଉପୁଜି   ଥାଏ । ଖାଲି ସେତିକି ନୁହେଁ  ଏହା ଫଳରେ ସେମାନଙ୍କର  କାମେଲା ମଧ୍ୟ ହ୍ରାସ ପାଇଥାଏ।

ଯେଉଁ ମହିଳାମାନେ  ଡାଏଟିଂ  କରି ନିଜର ଓଜନ କମ୍‌  କରିବାକୁ ଚାହାଁନ୍ତି ବା ନିଜକୁ ଫିଟ୍‌  ରଖିବାର  ପ୍ରୟାସ କରନ୍ତି, ସେମାନଙ୍କଠାରେ କେତେକ  ଶାରୀରିକ ସମସ୍ୟା  ପରିଲକ୍ଷିତ  ହୋଇଥାଏ । ପ୍ରଥମତଃ  ସେମାନଙ୍କର ହରମୋନ୍‌  ସନ୍ତୁଳନ ଖରାପ  ଆଡକୁ  ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତା ମଧ୍ୟ   ହୋଇଥାଏ । କେତେକଙ୍କ କ୍ଷେତ୍ରରେ  ଏହା ସଂପୂର୍ଣ୍ଣ ରୂପେ  ବନ୍ଦ ହେବାର ମଧ୍ୟ ଆଶଙ୍କା ମଧ୍ୟ  ଉପୁଜିଥାଏ ।    ଏଣୁ ଯେଉଁ ମହିଳାମାନେ  ଡାଏଟିଂ  କରୁଛନ୍ତି, ସେମାନେ  ନିୟମିତ ରୂପେ ଆବଶ୍ୟକ  ମାତ୍ରାରେ ଫ୍ୟାଟ୍‌  ଖାଇବା ଦରକାର ।  ତା’ଛଡ଼ା  ୩୦ ବା ୪୦ ମିନିଟ୍‌ରୁ  ଅଧିକ ସମୟ  ବ୍ୟାୟାମ କରିବା ଅନୁଚିତ ।

photo-indiatoday

ବ୍ୟାୟାମ ବା ଯୋଗାଭ୍ୟାସ  କରି  ଓଜନ ହ୍ରାସ  କରିବା  ଡାଏଟିଂ ଅପେକ୍ଷା  ଭଲ  ବୋଲି ଚିକିତ୍ସିକମାନେ  ମତ ଦେଇଛନ୍ତି । କାରଣ ବ୍ୟାୟାମ ବା ଯୋଗାଭ୍ୟାସ  ହେଉଛି ପ୍ରାକୃତିକ ପ୍ରକ୍ରିୟା । ଏହା ଦ୍ୱାରା ଶରୀର ସୁସ୍ଥ ରହେ। କିନ୍ତୁ ଡାଏଟିଂ କରିବା ଫଳରେ ଅନେକ ସମୟରେ ଶରୀର ରୋଗଗ୍ରସ୍ତ ହେବାର ଆଶଙ୍କା ରହିଛି। ସବୁଠୁ ବଡ଼ କଥା ହେଲା ଯେ ଡାଏଟିଂ ଦ୍ୱାରା ନିଜର ଭୋକ କମିଯାଏ। ଅପରପକ୍ଷରେ ବ୍ୟାୟାମ ବା ଯୋଗାଭ୍ୟାସ  କରିଲେ କ୍ଷୁଧା ବଢ଼ିଥାଏ। ଆଉ ଏକ କଥା ହେଲା ଯେ ମଧୁମେହ ରୋଗୀମାନେ ଡାଏଟିଂ କରିବା ଅନୁଚିତ। ସେମାନେ ତାହା କଲେ ଶରୀରର କ୍ଷତି ହୋଇଥାଏ।

ସମ୍ବନ୍ଧିତ ଖବର