ଭାରତ-ଉଜ୍‌ବେକିସ୍ତାନ ୧୭ ଚୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜ୍‌‌େବକିସ୍ତାନ ରାଷ୍ଟ୍ରପତି ସବକତ ମିର୍ଜି ଯୋୟେଭ୍‌ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଛି ଏବଂ ଉଭୟ ରାଷ୍ଟ୍ର ବିଭିନ୍ନ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶ ମଧ୍ୟ‌େର ଆଜି ପର୍ଯ୍ୟଟନ, ଜାତୀୟ ସୁରକ୍ଷା, ସ୍ବାସ୍ଥ୍ୟ , ସାମରିକ ଶିକ୍ଷା, କୃଷି , ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରି ବିଭିନ୍ନ ୧୭ଟି ଗୁରୁତ୍ବପୂର୍ଣ୍ଣ ‌େକ୍ଷତ୍ରରେ ଚୁକ୍ତି ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ ଫାର୍ମା ସେକ୍ଟରରେ ମଧ୍ୟ ଏକ ରାଜିନାମା ସ୍ବାକ୍ଷର ହୋଇଛି। ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ଏବେ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି। ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ମଧ୍ୟ ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ସବକତ୍‌ ମିର୍ଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର