ରାଜ୍ୟ ବିଦ୍ୟାଳୟ ସମୂହ ତୀରନ୍ଦାଜୀ: ମୟୂରଭଞ୍ଜର ଆଧିପତ୍ୟ

ପାଟଣାଗଡ଼: ପାଟଣାଗଡ଼ ରମାଇଁ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ସ୍କୁଲ ସମୂହ ତୀରନ୍ଦାଜୀ ପ୍ରତିଯୋଗିତାର ଗୁରୁବାର ଦ୍ବିତୀୟ ଦିନ ଥିଲା। ଏଥିରେ ଭାରତୀୟ ଓ ରିକର୍ଭ ରାଉଣ୍ତ ଅନୁଷ୍ଠିତ ହୋଇଥିଲା। ୧୪ ବର୍ଷରୁ କମ୍‌ ବୟସରେ କେଉଁଝର ଜିଲ୍ଲାର କୃଷ୍ଣ ମୁଣ୍ତା ପ୍ରଥମ ଓ ତ୍ରିନାଥ ମୁଣ୍ତା ଦ୍ବିତୀୟ, କନ୍ଧମାଳ ଜିଲ୍ଲାର ହେମନ୍ତ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ରୀଙ୍କ ମଧୢରେ ମୟୂରଭଞ୍ଜ ଜିଲ୍ଲାର ମିନା ତରିଆ ପ୍ରଥମ, ଲକ୍ଷ୍ମୀ ସୋରେନ୍‌ ଦ୍ବିତୀୟ ଓ କନ୍ଧମାଳ ଜିଲ୍ଲାର ଆଶାୟୀ ବଙ୍କିର ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୪ ବର୍ଷରୁ କମ୍‌ ବାଳକ ବର୍ଗର ରିକର୍ଭ ରାଉଣ୍ତରେ କୋରାପୁଟର ଭିନିଲ ମନ୍ଦିଗିରି ପ୍ରଥମ, ବଲାଙ୍ଗୀରର ଦେବରାଜ ସୁନା ଦ୍ବିତୀୟ, କେଉଁଝରର ମୋହନ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୭ ବର୍ଷରୁ କମ୍‌ ବୟସର ରିକର୍ଭ ରାଉଣ୍ତରେ ମୟୂରଭଞ୍ଜର ଦୁହ୍ଲାରି ଟୁଡୁ ପ୍ରଥମ, ଝିତ ଟୁଡୁ ଦ୍ବିତୀୟ ଓ ଝିତ ସୋରେନ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର