ସୁପ୍ରିମକୋର୍ଟରେ ରାଫେଲ ତଥ୍ୟ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଫେଲ ଯୁଦ୍ଧ ବିମାନ ସମ୍ପର୍କିତ ଦସ୍ତାବିଜ ଆଜି  କେନ୍ଦ୍ର ସରକାର ମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ବିଶେଷ କରି ଏହି ଯୁଦ୍ଧ ବିମାନ କିଣିବା ଜନିତ ନିଷ୍ପତ୍ତି ଓ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ବିବରଣୀ ସୁପ୍ରିକୋର୍ଟରେ ଦାଖଲ କରିବାକୁ କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ପଦକ୍ଷେପ  ନେଇଛନ୍ତି।

ସୂଚନା ଯୋଗ୍ୟ ଯେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି  ଜଷ୍ଟିସ ରଞ୍ଜନ ଗୋଗୋଇ କେନ୍ଦ୍ର ସରକାରଙ୍କୁୁ  ରାଫେଲ ବିମାନ କିଣା ନିଷ୍ପତ୍ତି ଜନିତ ପ୍ରକିୟାର ସବିଶେଷ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୨୦ ତାରିଖରେ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ହେବ।  ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗେଇଙ୍କ ନେତୃତ୍ୱରେ ଗଠିତ  ୩ ଜଣିଆ କମିଟିରେ ଜଷ୍ଟିସ ଏସକେ କୌଲ, ଜଷ୍ଟିସ ଏମକେ ଯୋଶେଫ ରାଫେଲ ସମ୍ପର୍କିତ ଏକ ମାମଲାର ଶୁଣାଣି କରୁଛନ୍ତି। ମାମଲାର ଆବେଦନକାରୀ ଏମଏଲ ଶର୍ମା ଏହି ଘଟଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡି ଆବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ ରାଫେଲ ବିମାନ କିଣା ପ୍ରସଙ୍ଗରେ ଦୁର୍ନୀତି ହୋଇଥିିବା ଅଭିଯୋଗ କରି ରାହୁଲ ଗାନ୍ଧୀ ସମଗ୍ର ଦେଶରେ  ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରଚାର ଚଳାଇଛନ୍ତି। ବିଶେଷ କରି ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଏହି ରାଫେଲ ବିମାନ ନିର୍ମାଣ କାଯ୍ୟରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ  ସାମିଲ କରାଯାଇଛି ଓ ଏଥିପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡକୁ ଉପେକ୍ଷା କରାଯାଇଛିି ବୋଲି ରହୁଲ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର