ସୁନାମି ମୃତ୍ୟୁସଂଖ୍ୟା ୩୭୩ ଛୁଇଁଲା

ଜାକର୍ତ୍ତା : ଆଗ୍ନେୟଗିରି ଫାଟିବା ଯୋଗୁ ଇଣ୍ଡୋନେସିଆରେ ଆସିଥିବା‌ ପ୍ରଳୟଙ୍କରୀ ସୁନାମି ଯୋଗୁ ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି। ରବିବାର ସୁଦ୍ଧା ୨୨୨ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ହଜାରରୁ ଅଧିକ ଆହତ ଥିଲେ। ବିଶେଷଜ୍ଞଙ୍କ ଅନୁସାରେ କ୍ରା‌କୋଟାଓ ଆଗ୍ନେୟଗିରି ବିସ୍ଫୋରଣ ହେବା ଯୋଗୁ ସମୁଦ୍ର ମଧ୍ୟଭାଗରେ ଭୂସ୍ଖଳନ ଘଟିଥିଲା। ଏହାଯୋଗୁ ୨୦ ଫୁଟ୍‌ର ସୁନାମି ଆସିଥିଲା। ଏହି ସଂକଟ ଏବେସୁଦ୍ଧା ଟଳିନାହିଁ। ନିକଟ ଭବିଷ୍ୟତରେ ପୁଣି ସୁନା‌ମି ଆସିବା ଆଶଙ୍କା ରହିଛି। ଇଣ୍ଡୋନେସିଆରେ ଏବେ ପ୍ରାୟ ୧୨୭ ଆଗ୍ନେୟଗିରି ସକ୍ରିୟ ରହିଛି। ପ୍ରଶାନ୍ତ ମହାସାଗରର ‘ରିଙ୍ଗ୍ ଅଫ୍‌ ଫାୟର୍‌’ରେ ଥିବା ଆଗ୍ନେୟଗିରିରେ ନିୟମିତ ଭାବେ ବିସ୍ଫୋରଣ ଘଟିବା ନଜିର ରହିଛି।

ସମ୍ବନ୍ଧିତ ଖବର