ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଆଜି ପୂର୍ବତନ ଏୟାର ଇଣ୍ଡିଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ସାଧାରଣ ପରିଚାଳକ ରୢାଙ୍କ୍ର ଅଧିକାରୀଙ୍କ ନିଯୁକ୍ତିରେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ଆଜି ସିବିଆଇ ଯାଦବଙ୍କ ସମେତ ମେଡିକାଲ ସେବାର ତତ୍କାଳୀନ ସାଧାରଣ ପରିଚାଳକ ଏଲ୍ ପି ନାଖୱା ଏବଂ ତତ୍କାଳୀନ ଅତିରିକ୍ତ ସାଧାରଣ ପରିଚାଳକ ଏ କାଥପାଲିଆ, ଅମିତାଭ ସିଂହ ଏବଂ ରୋହିତ ଭାସିନ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅପରାଧିକ ଷଡ଼୍ଯନ୍ତ୍ର ସଂକ୍ରାନ୍ତ ଆଇପିସିର ବିଭିନ୍ନ ଧାରା ଏବଂ ଦୁର୍ନୀତି ନିରୋଧ ଆଇନ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସିବିଆଇ ଦ୍ବାରା ଅଭିଯୋଗ ହୋଇଛି ଯେ ୨୦୦୯-୧୦ରେ ସାଧାରଣ ପରିଚାଳକ ପଦକୁ ପଦୋନ୍ନତି ପାଇଁ ସଠିକ୍ ପ୍ରାର୍ଥୀଙ୍କୁ ସୁପାରିସ କରିବା ନିମନ୍ତେ ସିଏମ୍ଡି ଯାଦବ ଏକ ବେଆଇନ ପଦୋନ୍ନତି କମିଟି ଗଠନ କରିଥିଲେ। କମିଟି ୫ ଜଣଙ୍କ ନାମ ସୁପାରିସ କରିଥିଲା।