ଆଡିଲେଡ୍‌ରେ ଇତିହାସ ରଚିବେ ମହିଳା ଅମ୍ପାୟାର

ଆଡିଲେଡ୍: ମହିଳା ଅମ୍ପାୟାର ଏଲୋଇଜ୍ ସେରିଡାନ୍ (ଅଷ୍ଟ୍ରେଲିଆ) ଓ ମେରି ୱାଲଡନ୍ (ଆୟର୍ଲାଣ୍ଡ) ଆଡିଲେଡ୍‌ରେ ନୂଆ ଇତିହାସ ରଚିବେ। ପ୍ରଥମ ମହିଳା ଅମ୍ପାୟାର ଯୋଡ଼ି ଭାବେ ଏହି ଦୁଇ ଜଣ ଏକ ପ୍ରଥମ ଶ୍ରେଣୀ ପ୍ରିମିୟର ପୁରୁଷ କ୍ରିକେଟ୍ ମ୍ୟାଚ୍‌ରେ ସାଥୀହୋଇ ଅମ୍ପାୟାରିଂ କରିବେ। ସେରିଡନ୍ ଏବଂ ୱାଲଡ୍ରନ୍ ଅଷ୍ଟ୍ରେଲୀୟ କ୍ରିକେଟ୍ କ୍ଲବ୍ ଟି ଟ୍ରି ଗଲି ଓ ନଦର୍ନ ଡ୍ରିଷ୍ଟ୍ରିକ୍ଟ ମଧ୍ୟରେ ଚଳିତ ସପ୍ତା‌ହରେ ଖେଳାଯିବାକୁ ଥିବା ମ୍ୟାଚ୍ ଅବସରରେ ଏହି ନିଆରା କୀର୍ତ୍ତିମାନ କରିବେ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଉପ ଅଧିନାୟକ ଟ୍ରାଭିସ୍ ହେଡ୍ ମଧ୍ୟ ଖେଳିବେ। ଏକ ପୁରୁଷ ମ୍ୟାଚ୍‌ରେ ଅମ୍ପାୟାରିଂ କରିବା ଅବଶ୍ୟ ସେରିଡନଙ୍କ ପାଇଁ ନୂଆ କଥା ହେବ ନାହିଁ। ୧୮ ମାସ ପୂ‌ର୍ବେ ଦକ୍ଷିଣ ଅଷ୍ଟ୍ରେଲିଆ ପ୍ରିମିୟର ପୁରୁଷ କ୍ରିକେଟ୍ ଲିଗ୍‌ରେ ଅମ୍ପାୟାରିଂ କରିବାର ଅଭିଜ୍ଞତା ସେ ପାଇସାରିଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଘରୋଇ ମହିଳା ଟ୍ବେଣ୍ଟି-୨୦ ଲିଗ୍ ‘ବିଗବାସ୍‌’ରେ ଆଉ ଜଣେ ମହିଳା ଅମ୍ପାୟାର କ୍ଲା‌ରି ପୋଲୋସାକଙ୍କ ସହ ସେ ଅମ୍ପାୟାରିଂ କରି ସାରିଛନ୍ତି। କୌଣସି ମହିଳା ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ପରିଚାଳନା କରିବାରେ ସେରିଡାନ୍ ଓ କ୍ଲାରି ସେତେବେଳେ ପ୍ରଥମ ମହିଳା ଅମ୍ପାୟାର ଯୋଡ଼ି ହେବାର ଗୌରବ ଅର୍ଜନ କରିଥିଲେ। ୱାଲଡ୍ରନ୍ କିନ୍ତୁ ପ୍ରଥମ ଥର ପାଇଁ କୌଣସି ପୁରୁଷ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଅମ୍ପାୟାରିଂ କରିବେ। ତାଙ୍କର ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ସହ ପେସାଦାର ଫୁଟବଲ୍ ଖେଳିବାର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର