ଏସ୍‌ଡିପିଓଙ୍କୁ ଦୁର୍ବ୍ୟବହାର କରି ଜଣେ ଗିରଫ, ୩ ଅଟକ

କୋରେଇ : ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲି ଟୋଲ ପ୍ଲାଜାରେ ଯାଜପୁରରୋଡ଼ ଏସ୍‌ଡିପିଓ କେଦାରନାଥ ସାହୁଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହା ସହିତ ଏକ ସ୍କର୍ପିଓ ଗାଡ଼ି ମଧ୍ୟ ଜବତ କରିଥିବା ଜଣାପଡିଛି। ଅଟକ ଅଭିଯୁକ୍ତମାନେ କଟକ ଜିଲ୍ଲା ନିଆଳି ଅଂଚଳର କୁମାର ପ୍ରଧାନଙ୍କ ପୁଅ ମାନସ ରଂଜନ(୨୭), ଶ୍ୟାମସୁନ୍ଦର ମଲିକଙ୍କ ପୁଅ ଶୁଭ୍ରଜିତ (୨୭), କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଘନଶ୍ୟାମ ନାୟକଙ୍କ ପୁଅ ସନ୍ତୋଷ(୨୭) ଓ ଜଗତସିଂହପୁର ଜିଲ୍ଲା ବାଲିକୁଦାର ରବି ଦାସଙ୍କ ପୁଅ ବଳରାମ(୨୭) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଶୁଭ୍ରଜିତକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର